STORYMIRROR

Keshab Chandra Dash

Abstract Classics Fantasy

4  

Keshab Chandra Dash

Abstract Classics Fantasy

ପ୍ରଭୁଙ୍କ ସୃଜନର ବ୍ୟତିକ୍ରମ ?

ପ୍ରଭୁଙ୍କ ସୃଜନର ବ୍ୟତିକ୍ରମ ?

1 min
30

ଯାହାର ଦୟାରୁ ଏହି ମନୁଷ୍ୟ ଜନମ ମିଳିଛି ତାର ଛାଇ ସୁଦ୍ଧା ମିଳେନାହିଁ ଦେଖିବାକୁ ତାହାରି ଦୟାରୁ ସବୁ ମାଗିଲେ ମିଳିଯାଏ କିନ୍ତୁ ମନୁଷ୍ୟକୁ ସମୟ ନାହିଁ ତା ନାମ ଜପିବାକୁ ।

କାହିଁକି ପାଇଛି ତାଙ୍କ ସୃଷ୍ଟିରେ ମନୁଷ୍ୟ
ହିଂସା, ଦ୍ୱେଷ,ସ୍ବାର୍ଥ,ମୋହ,ଅହଙ୍କାର ?
ତାଙ୍କ ଗଢ଼ିଲା ଜିନିଷରେ ଲାଗିଅଛି ଦାଗ
ଏହା ନୁହେଁ କି ତାଙ୍କ ଅବିଚାର?

ଶ୍ରେଷ୍ଠତମ ପ୍ରାଣୀଭାବେ ଗଢ଼ିଛନ୍ତି ସିଏ ଦେଇଛନ୍ତି ବୁଦ୍ଧି ଓ ବିବେକ,
ତଥାପି କାହିଁକି ମନୁଷ୍ୟ କରେ ପଶୁ ଆଚରଣ କରୁଅଛି କାର୍ଯ୍ୟ ଅବିବେକ।

ପ୍ରେମ,ସ୍ନେହ, ସଦଭାବ ଛାଡ଼ି ମନୁଷ୍ୟ
ତୁଣ୍ଡରୁ କାହିଁ ବାହାରୁଛି କଟୁ କଥା,
ସବୁ ଜୀବ ମଧ୍ୟେ ଏକା ବାକ୍ ଶକ୍ତି ସେ ପାଇଛି କାହିଁକି ଦେଉଛି ସେ ପ୍ରାଣୀଙ୍କୁ ବ୍ୟଥା।

ବିଶ୍ବାସ ରହିଛି ସେହି ସୃଷ୍ଟିର କରତା
ମନୁଷ୍ୟ ହୃଦୟେ କରିଛନ୍ତି ବାସ,
ତଥାପି କାହିଁକି ତାର ରୂପ ବଦଳୁଛି
ମନୁଷ୍ୟରୁ ହୁଏ ସେ ରାକ୍ଷସ।

ଜଗତ କରତା କାହିଁକି ହେ ପ୍ରଭୁ
ତୁମ ସୃଜନର ହେଲା ବ୍ୟତିକ୍ରମ?
ଗଢିଲା ଜିନିଷ ଭାଙ୍ଗିଦେଇ ପୁଣି ଥରେ ମଣିଷକୁ ଦିଅ ପୁନର୍ଜନ୍ମ।

ନୂତନ ପୃଥିବୀ ନୂତନ ସେ ଧରା
ସବୁବେଳେ ହସୁଥାଉ,
ନବ ଚେତନାର ଉଦଘୋଷ ଯେ ହେଉ
ସୁଖେ ଦିନ କଟିଯାଉ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract