କବିତା ନୀତିବାଣୀ:୧୪
କବିତା ନୀତିବାଣୀ:୧୪
ଦୁନିଆଁର ଚାଲିଛି ଏ କି ବିଚିତ୍ର ନୀତି
ଯାହାପାଇଁ ଏ ସାରା ଦୁନିଆଁ ପାଗଳ,
ସମସ୍ତେ ଯାଉଛନ୍ତି ସେହି ଏକା ଯେ ରାସ୍ତାରେ
ଯାହାର ନାହିଁ କିଛି ଫଳାଫଳ।
ଏ ଧରାପୃଷ୍ଠକୁ ଆସିଛି ମନୁଷ୍ୟ ମାଆର ଗର୍ଭରୁ
ଶୁନ୍ୟକରି ନିଜ ହସ୍ତ ଆଉ ପାଦ ,
ଦୁନିଆଁରେ ନିଜ ଅଭିନୟ ସାରି ପୁଣି ଫେରିଯିବ
ପୁଣି ଶୂନ୍ୟ ହୋଇ, ନ ଥିବ ଖୁସି ଅବା ମନେ ବିଷାଦ।
ଏସବୁ ଜାଣିସୁଦ୍ଧା ବି ମନୁଷ୍ୟ ହୁଏ ବାଟବଣା
ସବୁକିଛି ନିଜର କରି ନେବାକୁ କରେ ମାରାମାରି,
ଜୀବ ଥିବାଯାଏ କେବଳ ସମ୍ପତ୍ତି ଠୁଳର ଚିନ୍ତା
କରେ ଖଚମିଛ,ହତ୍ୟା,ଲୁଣ୍ଠନ ଦାଦାଗିରି ।
