STORYMIRROR

Keshab Chandra Dash

Classics Fantasy Others

4  

Keshab Chandra Dash

Classics Fantasy Others

ଜୀବନର ସତ୍ୟ

ଜୀବନର ସତ୍ୟ

1 min
37

ସୀତାଙ୍କ ରକ୍ଷାକର୍ତ୍ତା ଅଯୋଧ୍ୟାପତି ଶ୍ରୀରାମ କିନ୍ତୁ ନ ଥିଲେ ପାଖରେ ଯେବେ ହେଲା ସୀତାହରଣ,
ଦ୍ରୌପଦୀର ଗୋଟେ ନୁହଁ ଥିଲେ ପାଞ୍ଚପତି
କିନ୍ତୁ ନ ହେଲେ ସାହା ଯେବେ ହେଲା ଯେ ବସ୍ତ୍ରହରଣ ।

ଅଯୋଧ୍ୟା ଦଶରଥଙ୍କ ଥିଲେ ଚାରି ପୁତ୍ର
କିନ୍ତୁ ନ ଥିଲେ ପାଖରେ କେହି ମରଣ କାଳରେ, ଥିଲା ତ୍ରିପୁର ବିଜୟୀ ଲଙ୍କାପତି ଯେ ରାବଣ କିନ୍ତୁ ନ ଥିଲେ କେହି ଲଙ୍କା ଦହନ ସମୟରେ ।

ପ୍ରଭୁ ଶ୍ରୀ କୃଷ୍ଣ ଥିଲେ ଚକ୍ରଧାରୀ
କିନ୍ତୁ ନ ଥିଲେ ପାଖରେ କେହି ହେଲେ ଶରବିଦ୍ଧ,
ସପ୍ତରଥୀଙ୍କ ସମକକ୍ଷ ଅଭିମନ୍ୟୁ କୃଷ୍ଣଙ୍କ ଭଣଜା
କିନ୍ତୁ ନ ଥିଲେ ପାଖରେ କେହି ହେଲା ତାଙ୍କ ବଧ ।

ରାମଙ୍କ ଭାଇ ଲକ୍ଷ୍ମଣ ଥିଲେ ଅଦିତ୍ୱୀୟ ଯୋଦ୍ଧା କିନ୍ତୁ ନ ଥିଲେ କେହି ପ୍ରୟୋଗ ହେଲା ଶକ୍ତିବାଣ,
ଶରଶଯ୍ୟାରେ ଥିଲେ ପିତାମହ ଭୀଷ୍ମ
କିନ୍ତୁ ନ ଥିଲେ କେହି କରିବାକୁ ତାଙ୍କ ପୀଡାର ହରଣ ।

ଯୁଗେ ଯୁଗେ ଜୀବନର ଏହି ନିରାଟ ଯେ ସତ୍ୟ ଦୁନିଆଁରେ କେହି ନୁହେଁ ଯେ କାହାର,
ସେ ବିଶ୍ଵକରତା ଯାହା ଲେଖିଛି କପାଳେ ନିଶ୍ଚୟ ଫଳିବ, କେବଳ କର୍ମ ହିଁ ମନୁଷ୍ୟର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics