STORYMIRROR

Keshab Chandra Dash

Classics Fantasy Others

4  

Keshab Chandra Dash

Classics Fantasy Others

କବିତା ନୀତିବାଣୀ:୧୫

କବିତା ନୀତିବାଣୀ:୧୫

1 min
8

ପାଣି ଯେତେ ସ୍ୱଚ୍ଛ ଓ ନିର୍ମଳ ଯେ ହେବ
ସେହି ପାଣିରେ ରହିବେନି କେବେ ମାଛ,
ବହୁସଂଖ୍ୟାରେ ମାଛ ସେହି ପାଣିରେ ଠୁଳ ହେବେ
ଯେଉଁଠାରେ ପାଣି ଥିବ ଯେବେ ଅପରିଷ୍କାର ଅସ୍ଵଚ୍ଛ ।

ଆଜିର ଦୁନିଆଁରେ ସମ୍ବନ୍ଧ ସେହିପରି ଅଟେ 
ଅପରିଷ୍କାର ପାଣିରେ ରହୁଥିବା ମାଛ ପରି,
ଦୁନିଆଁରେ ଯିଏ ଯେତେ ଭ୍ରଷ୍ଟ,ମିଛୁଆ ଓ ମନ୍ଦବୁଦ୍ଧି 
ସେପରି ଲୋକଙ୍କୁ ସମସ୍ତେ ନେବେଟି ଆବୋରି ।

ନ୍ୟାୟବାନ, ନିର୍ମଳ ବୁଦ୍ଧିଥିବା ଲୋକଙ୍କ ପାଖରେ
ଲୋକ ଯିବେନାହିଁ,ହେବନାହିଁ କେବେ ଜନସମାଗମ,
ଅସତ୍ ଲୋକ କେବଳ ଅସତର ପଛେ ହିଁ ଧାଇଁବେ 
ସଚ୍ଚୋଟ,ନିର୍ଭୀକଙ୍କ ପାଖରେ ତାଙ୍କର ନାହିଁ କାମ ।


Rate this content
Log in

Similar oriya poem from Classics