Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abismita Mishra

Classics

4  

Abismita Mishra

Classics

ଜେଜେ ତୁମେ ଫେରିଆସ

ଜେଜେ ତୁମେ ଫେରିଆସ

1 min
336


କେମିତି କହିବି କିପରି କହିବି

ଜେଜେ ତୁମ କୁ କେତେ ମୁ ଖୋଜୁଛି

ଘରେ ରହି ପାରୁ ନାହିଁ

ଜମା ଭଲ ଲାଗୁ ନାହିଁ

ଜେଜେ ତୁମ କଥା ଭାରି ମନେ ପଡୁଛି ।

ମାମା ପାଟିକଲେ

ବାପା ଗାଳି ଦେଲେ

ତୁମେ ଆସି ଗେଲ୍ହା କର

ଚାଲିଗଲା ପରେ ମତେ ଛାଡି ତୁମେ

ଶୁଭୁନାହିଁ ଆଉ ତୁମ ସ୍ୱର ।

ଶୋଇଲା ବେଳେ ମୁ

ତୁମେ ଗପ କୁହ

ନ ଖାଇଲେ ପାଖେ ବସି ଖୁଆଇ ଦିଅ

ରାଗିଗଲେ ମୁ ମତେ ବୁଝାଇ ଦିଅ

ଏ କଥା ଆଉ କିଏ ବା କହିବ କୁହ

ସବୁ କଥା ମୋର ମନେ ପଡି ଯାଏ

ମନ ର କଥା ମୋ ମନେ ରହିଯାଏ

ଆଖି ରୁ ଝରେ ମୋ ଲୁହ

ଜେଜେ ତୁମେ କାହିଁ ଛାଡି ଚାଲି ଗଲ କୁହ ।

ସାଙ୍ଗମାନଙ୍କ ର ଗପ ସପ ଦେଖି

ମନ ଜମା ଭଲ ଲାଗେ ନାହିଁ

ତାଙ୍କ ଜେଜେ ଙ୍କ ସ୍ନେହ ଆଦର ଦେଖି

ଏ ମନ ତୁମ କୁ ଖୋଜୁ ଥାଇ

ତୁମେ ସିନା ଛାଡି ଚାଲି ଗଲ

ତୁମ ପରି ମତେ କିଏ ପାଇବ ଭଲ

କରିଥିଲି କି ଅପରାଧ ଦୋଷ

ସବୁ ଦୋଷ ମୋର କରି କ୍ଷମା

ଜେଜେ ତୁମେ ଫେରି ଆସ ।


Rate this content
Log in

Similar oriya poem from Classics