STORYMIRROR

Kabiratna Nutan Kumar Behera

Classics Inspirational

3  

Kabiratna Nutan Kumar Behera

Classics Inspirational

ସାବିତ୍ରୀ

ସାବିତ୍ରୀ

1 min
133


ସାବିତ୍ରୀ !

କେବଳ ନୁହେଁ ଏକ ନାମ ବାଚକ ଶବ୍ଦ 

କିମ୍ଵା ନୁହେଁ ଜଣେ ନାରୀର ମହନୀୟତା

ସାବିତ୍ରୀ ଶବ୍ଦଟିଏ ଅନ୍ତର ଚେତନାର ସ୍ପନ୍ଦନ

ସମାଜକୁ ପତନ ମୁଖରୁ ଉଦ୍ଧାରିବାର ଉପାସନା

ସମଗ୍ର ନାରୀଜାତି ମାତୃ ବନ୍ଦନାର ଜ୍ଞାନଦୀପ,

ନିଷ୍ଠା ପରାକାଷ୍ଠା ଦେଖାଇବାର ଏକ ଆହ୍ଵାନ

ବସୁଧାକୁ ବୈକୁଣ୍ଠ ସମ ଗଢି଼ବାର ଶୁଭଭାବନା

ଆଶା ସ୍ଵପ୍ନ ପ୍ରଚେଷ୍ଟାକୁ ଯୋଗାଏ ଇନ୍ଧନ

ଆଗାମୀ କାଲିର ଭବିଷ୍ୟତକୁ ଦିଏ ପ୍ରେରଣା

ନାରୀର ମନେ ପ୍ରାଣେ ଭରିଦିଏ ଅସରନ୍ତି କରୁଣା।


ସାବିତ୍ରୀ !

ଆର୍ଯ୍ୟ ସଭ୍ୟତା ସଂସ୍କୃତି ପରମ୍ପରାର ନିଦର୍ଶନ

ସଂସ୍କାର ଆଣିବାକୁ ହୃଦୟରେ ଭରିଦିଏ ଚେତନା

ଆଦର୍ଶ ନାରୀ ଚରିତ୍ର ଗଠନ କରିବାର ମହାମନ୍ତ୍ର

ସୁରକ୍ଷା ଦେଇ ସୁରକ୍ଷିତ ହେବାର ଆତ୍ମଜ୍ଞାନ

ଜୀବନକୁ ସରସ ସୁନ୍ଦର କରିବାର ସୂକ୍ଷ୍ମଦର୍ଶନ,

ଦୁର୍ବଳତା ନିମ୍ନ ରୁଚିକୁ ସମାଧିସ୍ଥ କରି

ସତ୍ୟ ଆଲୋକର ପଥେ ଚାଲିବାର ସାହସ

ସକାରାତ୍ମକ ଚିନ୍ତାଧାରା ସଂଗଠନର ଅଭିଯାନ

ନୈରାଶ୍ୟ ଭିତରେ ଆଶା ସଞ୍ଚାରର ସଂକଳ୍ପ

ସେବା ଯତ୍ନ ତ୍ୟାଗପଣର ଜ୍ଵଳନ୍ତ ପ୍ରମାଣ।


ସାବିତ୍ରୀ !

ଏକାକିନୀ ହୋଇ ପାରନ୍ତି ଅଶ୍ବପତିଙ୍କର କନ୍ୟା

ନିଜ ପତିବ୍ରତା ସତୀପଣରେ ମହିୟସୀ

ଆଦର୍ଶ ନାରୀ ଚରିତ୍ରରେ ଦେବୀ ପ୍ରତିମା

ସମାଜ ଆଗରେ ସେ ଏକ ପୁଣ୍ୟ ପାଇବାର ମାର୍ଗ

କଲ୍ୟାଣ କରିବା ପାଇବାର ମହାଶକ୍ତି ରୂପିଣୀ,

ସତ୍ୟବାନ ସୁପୁରୁଷର ଅମ୍ଳାନ ବଳିଷ୍ଠ ବ୍ୟକ୍ତିତ୍ଵ

ସତୀ ନାରୀର ପ୍ରେମ ଦାନେ ହୁଏ ଉଦ୍ଜୀବିତ

ଅନାବିଳ ଅତୁଟ ସଂପର୍କର ଭରସା ବିଶ୍ଵାସ

ବିଶ୍ବ ବିଜୟର ଧ୍ବଜା ଉଡା଼ଏ ଅବିରତ

ଜୀବନର ସାଧନାରେ ସିଦ୍ଧି ପାଇବାର ଆଶିଷ।

     

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics