ମହାବାହୁ
ମହାବାହୁ
1 min
172
ଦୁଃଖ ଯଦି ମୋତେ ଦେଲ ମହାବାହୁ
ସହିବା ଶକତି ଦିଅ
ସହି ନ ପାରିଲେ ତୁମ ଅପମାନ
ହେବ ପ୍ରଭୁ ଦୟାମୟ ।
ସଂସାର ସାଗରେ ଜୀବନର ପୋତ
ଭାସୁଅଛି ରହି ରହି
ଅଦିନ ମେଘର ଘନ ଅନ୍ଧକାରେ
ପଥ କାହିଁ ଦିଶେ ନାହିଁ ।
କଣ୍ଟକିତ ପଥେ ବାଟ ଚାଲୁ ଚାଲୁ
ଅବଶ ହୁଏ ମୋ ପାଦ
ତଥାପି ଚାଲିଛି ଏମିତି ଚାଲିବି
ଜୀଇଁ ଥିବି ଯେତେ ଦିନ।
ନୁହେଁ ମୁଁ ଭକତ ନାହିଁ ମୋ ଭକତି
ତଥାପି ମାଗୁଛି ମୁହିଁ
ରତ୍ନ ସିଂହାସନେ ତୁମ ରୂପକାନ୍ତି
ନିତି ଦେଖୁଥିବି ରହି।
ତୁମେ ମହାଦାନୀ ମୁଁ ଯେ ଅକିଞ୍ଚନ
ତୁମ ବିନା ମୁକ୍ତି ନାହିଁ
ପାପ ପୁଣ୍ୟ ଯେତେ ଏଇ ଜୀବନର
ତୁମ ପାଦେ ଦେଲି ଥୋଇ।
ତୁମ କୃପା ବିନା ଏ ଛାର ଜୀବନ
ବଞ୍ଚିବା ଯେ ଅର୍ଥହୀନ
ବିଶ୍ବାସ ରେ ମୁହିଁ ବଢ଼େଇଛି ହାତ
କରିବନି ହୀନିମାନ।