STORYMIRROR

Sanuja Meghamala

Classics

3  

Sanuja Meghamala

Classics

ମହାବାହୁ

ମହାବାହୁ

1 min
189


ଦୁଃଖ ଯଦି ମୋତେ ଦେଲ ମହାବାହୁ

ସହିବା ଶକତି ଦିଅ

ସହି ନ ପାରିଲେ ତୁମ ଅପମାନ

ହେବ ପ୍ରଭୁ ଦୟାମୟ ।

ସଂସାର ସାଗରେ ଜୀବନର ପୋତ

ଭାସୁଅଛି ରହି ରହି

ଅଦିନ ମେଘର ଘନ ଅନ୍ଧକାରେ

ପଥ କାହିଁ ଦିଶେ ନାହିଁ ।

କଣ୍ଟକିତ ପଥେ ବାଟ ଚାଲୁ ଚାଲୁ

ଅବଶ ହୁଏ ମୋ ପାଦ

ତଥାପି ଚାଲିଛି  ଏମିତି ଚାଲିବି

ଜୀଇଁ ଥିବି ଯେତେ ଦିନ।

ନୁହେଁ ମୁଁ ଭକତ ନାହିଁ ମୋ ଭକତି

ତଥାପି ମାଗୁଛି ମୁହିଁ

ରତ୍ନ ସିଂହାସନେ ତୁମ ରୂପକାନ୍ତି 

ନିତି ଦେଖୁଥିବି ରହି।

ତୁମେ ମହାଦାନୀ ମୁଁ ଯେ ଅକିଞ୍ଚନ

ତୁମ ବିନା ମୁକ୍ତି ନାହିଁ

ପାପ ପୁଣ୍ୟ ଯେତେ ଏଇ ଜୀବନର

ତୁମ ପାଦେ  ଦେଲି ଥୋଇ।

ତୁମ କୃପା ବିନା ଏ ଛାର ଜୀବନ

ବଞ୍ଚିବା ଯେ ଅର୍ଥହୀନ

ବିଶ୍ବାସ ରେ  ମୁହିଁ ବଢ଼େଇଛି ହାତ

କରିବନି ହୀନିମାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics