STORYMIRROR

Pramodini Parichha

Classics

4  

Pramodini Parichha

Classics

ତୁମ ପାଇଁ

ତୁମ ପାଇଁ

1 min
242

କେଡେ ମିଠା ସତେ  

       ତୁମ ଅନୁଭୂତି

          ଅନୁଭବି ସିନା ଜାଣେ 

ହୃଦୟ ମନ୍ଦିରେ

      ତୁମେ ଅଛ ପ୍ରଭୁ

         ପ୍ରତିକ୍ଷଣେ ଅନୁକୋଣେ।


ଭକତ ଭାବରେ

    ବନ୍ଧା ତୁମ ମନ

       ଭକତର ବେଣୁପାଣି

ଭକତ ଦୁଃଖରେ

     ଦୁଃଖୀ ହୁଅ ତୁମେ

         ନୟନୁ ଝରାଇ ପାଣି।


ରତ୍ନସିଂହାସନ

    ଆଲଟ ଚାମର

        ଲାଗେ ସବୁକିଛି ଫିକା

ଦେବଦାସୀ ନାଚ

     ଲାଗେ ନାହିଁ ଭଲ

        ଡାକୁଥିଲେ ଭକ୍ତ ଏକା ।


ଭକତ ତୁମର

     ତୁମେ ଭକତର

        ଅନ୍ତରର ପ୍ରାଣନାହା

ତୁମ ବିନା ଭକ୍ତ

     କେମିତି ବଞ୍ଚିବ

        ତୁମେ ପରା ତା'ର ସାହା।


ଜୀବନ ଚିତ୍ରରେ 

    ଭରିଦିଅ ତୁମେ

      ସପ୍ତରଙ୍ଗୀ ମଧୁ ଛିଟା

ତୁମ ବିନା ହୃଦ

     ହୁଅଇ ନିଶ୍ଚଳ

        ନୀରବରେ ଆସେ ଭଟ୍ଟା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics