STORYMIRROR

Pramodini Parichha

Others

3  

Pramodini Parichha

Others

ବସନ୍ତ ଡାକୁଛି ଠାରି

ବସନ୍ତ ଡାକୁଛି ଠାରି

1 min
9


ଶୀତର ମହକ ପଡ଼ିଲାଣି ଫିକା

ବସନ୍ତ ଡାକୁଛି ଠାରି

ହାତେ ହାତ ଛନ୍ଦି ଅନାଇ ରହିଛି

ଆସିବ ଚଢି ସବାରୀ ।।


ନୂଆ ରୂପ ରଙ୍ଗ ଭରା ଯୈ।ବନରେ

ତୋଷିବ ସଭିଙ୍କ ମନ

ବାଙ୍କ ଚାହାଣୀରେ ଚାହିଁଦେଲେ ଥରେ

ଝୁରୁଥିବେ ପ୍ରିୟଜନ ।।


ମଧୁବୋଳା ସେଇ ନୀରିହ କଣ୍ଠରେ

ଗାଇବ ପ୍ରେମ ମୂର୍ଚ୍ଛନା 

ହଜିଯିବ ମନ ଅଜଣା ରାଇଜେ

ହୃଦ ହେବ ଆନମନା ।।


ପୀରତି କୁସୁମ ଉଠିବ ସୁବାସୀ

ମୃଦୁ ଆବାହନୀ ଗାଇ

ପୁଲକିତ ହେବ ନୀରବ ଜୀବନ

ଯାହା ପଡ଼ିଥିଲା ଶୋଇ ।।


ମଧୁ ରାଗିଣୀର ମଧୁର ସ୍ପର୍ଶରେ

ପଲ୍ଲବିତ ହେବ ଧରା

ନବ କାକଳିରେ ହସିବ ସଂସାର

ପାଇ ଅମୃତର ଧାରା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍