Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramodini Parichha

Romance

3  

Pramodini Parichha

Romance

ପବିତ୍ର ପ୍ରେମ

ପବିତ୍ର ପ୍ରେମ

1 min
129



ସମ୍ପର୍କ ଏମିତି 

    ମଧୁର ଶବ୍ଦଟେ

       ଯୋଡ଼ି ଦିଏ ଦୁଇପ୍ରାଣ ।


ଅଜଣା ରାସ୍ତାର

    ହେଲେବି ପଥିକ

       ମିଶିଯାଏ ଦୁଇମନ ।

ଦୁଇମନ ମିଶି

    ଏକ ମନ ହୁଏ

      ସମ୍ପର୍କର ଉପହାର ।

ତିନି ଅକ୍ଷରର

    ଅଦ୍ଭୁତ ମିଳନ

      ସଂସାରର ମୂଳାଧାର ।


ଦୁହେଁ ଦୁହିଁଙ୍କର

     ହୁଅନ୍ତି ନିଜର

       ସମ୍ପର୍କକୁ ଆଳକରି ।

ସୁଖରେ ଦୁଃଖରେ

     ହୁଅନ୍ତି ସହାୟ

        ଜୀବନ ନଉକା ଧରିସ।

ଜଣେ ଓଠ ହେଲେ

     ଆଉଜଣେ ଖୁସି

   ‌ ଫଗୁଣର ପ୍ରୀତିଚିହ୍ନ

ଜଣକ ଭିତରେ

     ହଜିଯାଏ ଜଣେ

        ଭୁଲି ଆପଣାର ସ୍ବପ୍ନ ।


ହୋମ ନିଆଁ ଠାରୁ

     ମଶାଣି ପର୍ଯ୍ୟନ୍ତ

       ବନ୍ଧା ଏ ସମ୍ପର୍କ ଡୋର ।


ପବିତ୍ର ପ୍ରେମରେ

     ନଥାଏ କାମନା

        ଜଳୁଥାଏ ନିରନ୍ତର ।


Rate this content
Log in

Similar oriya poem from Romance