STORYMIRROR

Pramod kumar Biswal

Romance

3  

Pramod kumar Biswal

Romance

ନୂଆ ନୂଆ ପ୍ରେମ

ନୂଆ ନୂଆ ପ୍ରେମ

1 min
11.7K

ଆଜି ଆଖି ଖୋଜିବୁଲୁଚି ଜଣକୁ,

ଦିନ ବି ରାତି ବି ନିଅଣ୍ଟିଆ ଲାଗେ,

ତଥାପି ମନ ଆନମନା ହୁଏ,

ନା କହି ପାରେ ନା ରହିପାରେ,

ଏ କି ପ୍ରେମ ର ରଙ୍ଗ ଛିଟା ।


ନିଦ ଆସୁନାହିଁ ଆଖିକୁ,

ସ୍ବପ୍ନ ସରୁନାହିଁ ରାତିକୁ,

ବାଟବଣା ହୁଏ କାହାପାଇଁ,

ଛାତିରେ ଅଛି ମନର ବ୍ୟଥା,

ଏକି ପ୍ରେମର ରଙ୍ଗ ଛିଟା।


ଇଛାହୁଏ ତୋଳିବାକୁ ନଅଁର,

ଜହ୍ନକୁ ଦେଖି ହୁଏ ମୁଁ ପାଗଳ,

ପ୍ରେମ ରାଇଜରେ ଚଳଚଞ୍ଚଳ,

ଆଶା ଅଶୁମାରୀ ମନ ନଅଁର,

ଏକି ପ୍ରେମର ରଙ୍ଗ ଛିଟା।


ଲେଖେ କବିତା ସଳିତା ମାଳମାଳ,

ପ୍ରେମକୁ କରେ ମୁଁ ମୋ ଜୀବନ ଗନ୍ତ୍ୟସ୍ଥଳ,

ଆଜି ତମ ପାଇଁ ମୁଁ ଗଢିଛି ଫୁଲରେ ଘର,

ନା ଅଛି ସମାଜର ବାଛ ଆଉ ବିଚାର,

ଏକି ପ୍ରେମର ରଙ୍ଗ ଛିଟା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance