STORYMIRROR

Pramod kumar Biswal

Romance Tragedy

3  

Pramod kumar Biswal

Romance Tragedy

ପ୍ରତିକ୍ଷାରେ ଶୁଭ

ପ୍ରତିକ୍ଷାରେ ଶୁଭ

1 min
75


ଆଜି କାହିଁକି ଏକା ଏକା ଲାଗେ ତୁମ ବିନା ଶୁଭ,

ତୁମେ ଜାଣକି ନଜାଣ ତୁମ ପାଖେ ପାଖେ ମୋର ସ୍ପନ୍ଦନ ଶଦ୍ଦ।

ତୁମକୁ ଦେଖିବାକୁ ବହୁତ ବାହାନାରେ ମୁଁ ଆଜି ଅନ୍ଧ,

ହେଲେ ତମେ କେମିତି ବୁଝିବ ବାସ୍ତବ ପ୍ରେମ ଛନ୍ଦ।

ଭୁଲ ଥିଲାକି ତମକୁ ହୃଦୟରେ କରିଥିଲିକି ପ୍ରେମ ପୂଜାରିଣୀ 

ସେଥିପାଇଁ ଜୀଇଁ ଥାଉଥାଉ ଜଳାଉଛ ମୋର ଜୁଇ।

ବିଶ୍ବାସରେ ତମକୁ ବସେଇବା ଥିଲା ସତେ ଆଉ ଏକ ଭୁଲ୍,

ସେଥିପାଇଁ ପ୍ରତିମୁହୂର୍ତ୍ତରେ ମରି ମରି ହୁଏ ବଞ୍ଚିବା ହୁଏନା ଠିକ୍।

ମଣିଷ କି ତମେ ବିଶ୍ବାସ୍ ହୁଏନା କେମିତି ପାରୁଛ ସହି,

ଏତେ ଯନ୍ତ୍ରଣା ଦେଲା ପରେ ବି ମନ ତମ ଭରୁ ନାହିଁ।

ଆଶା ଅଶୁମାରୀ ମନ ପାଗଳାମି ବୁଝିବାକୁ ଆଜି ଅରାଜି,

ତମ ପ୍ରତିକ୍ଷାରେ ଦିନ ଗଣୁଛନ୍ତି ଫେରିବ କି ଆଜି କାଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance