STORYMIRROR

Pramod kumar Biswal

Romance Tragedy

3  

Pramod kumar Biswal

Romance Tragedy

ପ୍ରତାରକ ପ୍ରେମିକା

ପ୍ରତାରକ ପ୍ରେମିକା

1 min
106


ପ୍ରେମ ଚଲାପଥ କଣ୍ଟକିତ ପଥ ବୁଝି ଅବୁଝା ମନ,

କେଜାଣେ କେତେବେଳେ ନିଆଁରେ ବି ଚାଲେ ଭାବି ଶ୍ରାବଣର ଭ୍ରମେ।

ଫୁଲ ଭାବି ବେଳେ ମଧୁ ପାଇଁ ଯାଇ ପଡେ ବିଷର ମାୟାଜାଲେ,

ଏତେ ଯନ୍ତ୍ରଣା ଦେଲାପରେ ବି ମନ ବାରବାର ତାକୁ ଖୋଜେ।

ଖେଳନା କଣ୍ଢେଇ କେବେ ମାଟିର ପିତୁଳା ଭାବି ପାଦେ ଦିଏ ଭାଗିଂ,

ତଥାପି ଏ ଅଲାଜୁକ ମନ ତାକୁ ମନ ମନ୍ଦିରେ ପୂଜାକରେ।

ବିଶ୍ବାଷ ର ସୁତା ଛିଡାଇଲେ ଯେତେ ଅବିଶ୍ବାଷ ନମଣିଥାଏ,

ଯେତେ ବୁଝେଇଲେ ହୃଦୟ ରାଇଜେ ବିଶ୍ବାଷ ମନ୍ଦିର ତୋଳେ।

ପ୍ରେମ ପରିଭାଷାରେ ବୁଝନ୍ତିନି ସେ ମନର ଆବେଗ,

ଖେଳନା ସଜେଇ ଖେଳିଚାଲନ୍ତି ସ୍ବାର୍ଥ ହାସଲେ ନସରେ ଅନ୍ତ।

ପ୍ରେମକୁ ପୂଜା ଭାବି ମନରାଇଜରେ ଗଢେମନ୍ଦିର,

ଧୋକା ଦେଇ ଆଉ କାହା ରଜନୀ ରେ ଗଭାରେ ଖୋସେ ଫୁଲ ମାଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance