STORYMIRROR

Minakumari Tahala

Romance

3  

Minakumari Tahala

Romance

ଅକୁହା କଥା

ଅକୁହା କଥା

1 min
142


ଜହ୍ନକୁ ଦେଖି ପଚାରିଲି ମୁହିଁ

କାହିଁକି ଜୋଛନା ଦିଏ

କୁମୁଦିନୀ କାହିଁ ସେହି ଜୋଛନାରେ

ନିଜକୁ ହଜାଇ ଦିଏ।

ବଉଦ କାହିଁ ଝର ଝର ହୋଇ

ବିତରି ଯାଉଛି ଜଳ

ସେ ଜଳ ମଧ୍ୟରେ ପୃଥିବୀ କାହିଁକି

ହେଉଅଛି ଟଳମଳ।

କୁଳୁ କୁଳୁ ହୋଇ କାହିଁକି ଝରଣା

ଯାଉଅଛି ପରା ବୋହି

ଝରଣାକୁ ପାଇ ସାଗର କାହିଁକି

ଫୁଲି ଫୁଲି ଯାଉଥାଇ।

ସୁଗନ୍ଧ ବାସକୁ ଚହଟାଇ ପରା

କାହିଁକି ଫୁଟଇ ଫୁଲ

ମଧୁପ କାହିଁକି ମଧୁ ପିଇସାରି

ହେଉଅଛି ମସଗୁଲ।

ଏ ଅକୁହା ପ୍ରଶ୍ନର ଉତ୍ତର ତାହାର

କହି ପାରିଲେନି କେହି

ପ୍ରେମରେ ବନ୍ଧା ଏ ସାରା ଜଗତ

ଆଶା ବିଶ୍ଵାସକୁ ନେଇ।

ହୃଦୟ ଭିତରେ ପ୍ରେମଟିଏ ଥିଲେ

ସବୁଠି ପାରିବା ଜିଣି

ବିଶ୍ଵ ପ୍ରେମ ମୟ ପ୍ରେମ ହିଁ ଈଶ୍ବର

ଯିଜ୍ଞାସା ନ ରଖି ପୁଣି।

ଏ ସାରା ଜଗତ ଗୁନ୍ଥା ହୋଇଅଛି

ପ୍ରେମର ରଜୁରେ ପରା

ସେ ମାଳରେ ସଭିଏଁ ଫୁଲଟିଏ ହୋଇ

ମୋହୁଛନ୍ତି ବସୁନ୍ଧରା।

ଏହି ବିଶ୍ଵ ପ୍ରେମ ଅକୁହା କଥାଟି

ସଭିଙ୍କ ହୃଦୟେ ଅଛି

ଏହାର ଉତ୍ତର ମନ ଗହନରେ

ସାଇତି ହୋଇ ରହିଛି।

ପ୍ରେମଟି ସରସ ସୁନ୍ଦର ହୋଇବ

ଛାଡ଼ି ଦେଲେ ଅଭିମାନ

ଏ ଅକୁହା କଥା ମାନିଟି ଚଳିଲେ

ଜୀବନ ହୋଇବ ଧନ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance