STORYMIRROR

Minakumari Tahala

Romance

4  

Minakumari Tahala

Romance

ପାଉଁଜି ର ଧ୍ଵନି

ପାଉଁଜି ର ଧ୍ଵନି

1 min
304


ତମେ ଆସିଥିଲ ପ୍ରଥମ ରେ ପ୍ରିୟା 

ପାଉଁଜି ଅଳତା ନାଇ 

ସେ ପାଉଁଜି ଧ୍ଵନି ପ୍ରଥମ ରେ ଯେବେ

ଶୁଣି ଥିଲି ସଖି ମୁହିଁ।

ଆକର୍ଷିତ କରିଥିଲା ସେହି ଧ୍ବନି 

ପ୍ରେମ ର ଋତୁ ଟି ହୋଇ 

ପାଉଁଜି ର ଶବ୍ଦ ପ୍ରତି ମୁହୁର୍ତ୍ତ ରେ 

କରୁଥିଲା ମୋତେ ବାଇ।

ଯେଉଁ ପଥେ ତୁମେ ଯାଉଥିଲ ସଖି 

ଦେଖି ନ ପାରିଲେ ମଧ୍ୟ 

ଶୁଭୁ ଥିଲା ମୋତେ ପ୍ରିୟାର ପାଉଁଜି 

ଋଣୁ ଝୁଣୁ ସେହି ଶବ୍ଦ।

ଆଜି ସେ ପାଉଁଜି ଆଉ କାହା ପାଇଁ 

ପିନ୍ଧି ଯେ ସଜ ହୋଇଛ 

ଦେଖା ହୋଇ ଗଲେ ଅଣ ଦେଖା ଭଳି 

ବାଟ ତୁମେ ଭାଙ୍ଗୁଅଛ।

ଅଦେଖା ବାଟ ରେ ଚାଲୁଅଛ ପ୍ରିୟା 

ଅଜଣା ଅତିଥି ପରି 

ପାଉଁଜି ର ଶବ୍ଦ ଡାକୁଅଛି ମୋତେ 

ସତେକି ଯେ ହାତଠାରି।

ତୁମ କୁ ପାଇବା ପାଇଁ ଯେ ଖୋଜିଛି 

ବସନ୍ତ ଋତୁରେ କେତେ 

ଅବିର ରଙ୍ଗ ରେ ଚଇତି ବାଆରେ

ବିଭିନ୍ନ ପୁଷ୍ପ ର ସାଥେ ।

ଧାରା ଶ୍ରାବଣର ଲୁହରେ ଭିଜି ଛି

କେତେ ଦିବା ରାତ୍ର ମୁହିଁ 

କେତେ ବେଳେ ପ୍ରିୟା ଆସି ମୋର ପାଶେ 

ସତେକି ଦେବ ଯେ ଛୁଇଁ।

ଶିତୁଆ ସଂଧ୍ୟାର ମନ୍ଦିର ବେଢ଼ା ରେ 

ଦ୍ଵୀପ ଟି ଏ ଜାଳି ଦେଇ 

ଅପେକ୍ଷା କରିଛି ଚାତକ ପରି ମୁଁ 

ତୁମ କୁ ପାଇବା ପାଇଁ।

ବୈଶାଖ ର ଝାଞ୍ଜି ପ୍ରକୋପ ସହିଛି 

ନିଜ କୁ ଜଳେଇ ଦେଇ 

କାହିଁକି କେଜାଣି ତୁମ ବିନା ସଖି 

ଏ ନିଆଁ ଯେ ଲିଭୁ ନାହିଁ।

ହେଲେ ମୁଁ ହାରିନି ମୋ ପ୍ରେମ ଦୁଆରେ 

କେବଳ ତୁମରି ପାଇଁ 

କେଉଁ ସୁଖ ଶାନ୍ତି ଆବୋରି ମୁଁ ନେବି 

ତୁମ କୁ ହରାଇ ଦେଇ ।

ସଖି ତୁମେ ମୋର ଅତି ଆଦରର 

ସାଇତା ସ୍ମୃତି ର ଫୁଲ 

ଅଭୁଲା ପ୍ରୀତି ର ପ୍ରାଣ ର ପ୍ରତିମା 

ତୁମେ ଯେ ଅମୂଲ୍ୟ ତୁଲ୍ୟ।

ତୁମେ ଦିନେ ପ୍ରିୟା ନିଶ୍ଚୟ ଆସିବ 

ପ୍ରେମ ରଙ୍ଗ ଟି ଏ ହୋଇ 

ଯେଉଁ ବିଶ୍ଵାସ ଟି ରଖିଥିଲେ କୃଷ୍ଣ 

ପ୍ରାଣ ପ୍ରିୟା ରାଧା ପାଇଁ।

ସେହି ବିଶ୍ଵାସ କୁ ନେଇ ମୁଁ ବଞ୍ଚିଛି 

ମୋ ପ୍ରିୟା ସଜନୀ ପାଇଁ 

ମେଘ ସବାରୀରେ ଆସି ପ୍ରିୟତମା 

ପ୍ରେମ ରେ ଦେବ ଯେ ଧୋଇ।।

ଅପେକ୍ଷା କରିବି ଏକ ଜନ୍ମ ନୁହେଁ 

ଆଉ ଏକ ଜନ୍ମ ନିଏ 

ରହିଛି ରହିବି ତୁମକୁ ଯେ ଚାହିଁ 

ସୂର୍ଯ୍ୟ ଚନ୍ଦ୍ର ଥିବା ଯାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance