STORYMIRROR

Basanti Pattnaik

Romance Classics

4  

Basanti Pattnaik

Romance Classics

ମନ ପକ୍ଷୀ

ମନ ପକ୍ଷୀ

1 min
420

 ‌‌‌ଏକା ଏକା ମନେ ମନେ

    ସଜାଇଛି ମୁଁ ସପନେ

 ସେ ସପନ ରାଇଜରେ

     ଉଡିବୁଲେ ପକ୍ଷୀ ଟିଏ।


ଏକା ଏକା ମନେ ମନେ

   ସଜାଇଛି ମୁଁ ଗୋପୋନେ

 ଗୋପୋନ ରେ ପ୍ରେମ ମାଳା

     ଜପୁଛି ମୁଁ ମନେ ମନେ।

  

  ମନ ରାଇଜର ମନ ପକ୍ଷୀ

     ଗୀତ ଗାଉଛି ମୁଁ ଝୁମି ଝୁମି

  ସଜଫୁଟା ଗୋଲାପ କଢି

     ମନଲୋଭା ମୋ ଏହି ମନଟି।


   ଯେବେ ହେଲା ଭେଟ ତୁମ ସହିତ

       ମନର ବେଗଟା ଭାରି ପ୍ରଖର

   ଭୋକ ଶୋଷ ଆଉ ଲାଗୁନି କିଛି

        ଝୁରେ ମୁଁ ତୁମକୁ ନିରନ୍ତର ।

    

    ମନ ରାଇଜର ତୁମେ ମୋ ରଜା

        ମୁଁ ତୁମର ଋପା ଚାନ୍ଦିନୀ

    ଧଳା ଘୋଡ଼ା ରେ ଆସ ଉଡିକି

        ସଜେଇ ହୋଇ ବସିଲିଣି।


     ସୟନେ ସପନେ ଜାଗରଣେ

          ଝୁରୁଛି ମୁଁ ତୁମକୁ ପ୍ରତି କ୍ଷଣେ

     ମନ ପକ୍ଷୀ ଟି କହୁଛି କାନେ

           ମରିଚିକା ପଛେ ଧାଉଁଛୁ କେତେ।


     ଅଭିମାନ ଭରା ମନରେ ମୁହିଁ

             ମୁହଁ ଫୁଲେଇ ବସିଛି ରହି

     ଆକାଶକୁ ଚାହିଁ ଗଣୁଛି ତାରା

             ସତେକି ଆସିବ ମୋ ପାଶେ ପରା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance