ନାଲିରଙ୍ଗ
ନାଲିରଙ୍ଗ
ସଧବା ନାରୀର ସାଙ୍ଗ
ମଥାରେ ସିନ୍ଦୁର ସୁଆଙ୍ଗ
ପାଦରେ ଅଳତା ଉମଙ୍ଗ
ଯାହା ବି କୁହ
ସବୁ ପ୍ରକାରାନ୍ତରରେ ହିଁ ନାଲିରଙ୍ଗ ।
ଗାଲରେ ଲାଗିଲେ ଲାଜ
ଓଠରେ ଦିଶିଲେ ପହିଲି ରଜ
ଖିଲିପାନ ସଙ୍ଗେ ଖୁସି ମଉଜ
ହାତରେ ଖୋଲି ଧରିଲେ ମଖମଲି ସଜବାଜ
ସିନ୍ଥିରେ ନାଇଲେ ସିନ୍ଦୁର
କପାଳେ ମାରିଲେ ସିନ୍ଦୁର ବିନ୍ଦୁ
ଗଳାରେ ଟିପିଲେ ଟିକା
କପାଳ ଆକାଶେ ସିନ୍ଦୁରିତ ଇନ୍ଦୁ ।
ପାଦରେ ମାରିଲେ ଅଳତା
ଋୁଣୁ ଝୁଣୁ ପାଦ ଥାପି
ଚାଲୁଥିବ ଚୁପି ଚୁପି
ଦିଶୁଥିବ କୂଳ ଭୂଆସୁଣି ସୁନ୍ଦରଲତା ।
ଆଉ ଦେହରେ "ତୁମେ" ବୋଳିଦେଲେ
ହୋଲି ପର୍ବରେ ଛୁଇଁ ଦେଲେ
ଦୋଳ ମେଳଣରେ ଛାପି ଦେଲେ
ରଙ୍ଗ ବାହାନାରେ ପିତକାରୀ ମାରିଦେଲେ
ଅବିର ବାହାନାରେ ଲଗେଇ ଦେଲେ
ପୂରା ଶରୀରଟା ପାଲଟିଯାଏ
ନାଲି ଟୁକୁ ଟୁକୁ ସାଧବ ବୋହୁ
ଲାଜ ସରମରେ ନାଲି ରଙ୍ଗବତୀ
ଯୌବନ ରଙ୍ଗରେ ରଙ୍ଗୀନ କୁହୁ
ମନ ପବନ ଘୋଡାରେ ବସି ଭଡୁଥାଏ
ହାକୁମ୍ ହୋ ହାକୁମ୍ ହୋ ।

