STORYMIRROR

Panchanan Jena

Romance

4  

Panchanan Jena

Romance

ନାଲିରଙ୍ଗ

ନାଲିରଙ୍ଗ

1 min
238

ସଧବା ନାରୀର ସାଙ୍ଗ

ମଥାରେ ସିନ୍ଦୁର ସୁଆଙ୍ଗ

ପାଦରେ ଅଳତା ଉମଙ୍ଗ

ଯାହା ବି କୁହ

ସବୁ ପ୍ରକାରାନ୍ତରରେ ହିଁ ନାଲିରଙ୍ଗ ।


ଗାଲରେ ଲାଗିଲେ ଲାଜ

ଓଠରେ ଦିଶିଲେ ପହିଲି ରଜ

ଖିଲିପାନ ସଙ୍ଗେ ଖୁସି ମଉଜ

ହାତରେ ଖୋଲି ଧରିଲେ ମଖମଲି ସଜବାଜ


ସିନ୍ଥିରେ ନାଇଲେ ସିନ୍ଦୁର 

କପାଳେ ମାରିଲେ ସିନ୍ଦୁର ବିନ୍ଦୁ

ଗଳାରେ ଟିପିଲେ ଟିକା

କପାଳ ଆକାଶେ ସିନ୍ଦୁରିତ ଇନ୍ଦୁ ।


ପାଦରେ ମାରିଲେ ଅଳତା

ଋୁଣୁ ଝୁଣୁ ପାଦ ଥାପି

ଚାଲୁଥିବ ଚୁପି ଚୁପି

ଦିଶୁଥିବ କୂଳ ଭୂଆସୁଣି ସୁନ୍ଦରଲତା ।


ଆଉ ଦେହରେ "ତୁମେ" ବୋଳିଦେଲେ

ହୋଲି ପର୍ବରେ ଛୁଇଁ ଦେଲେ

ଦୋଳ ମେଳଣରେ ଛାପି ଦେଲେ

ରଙ୍ଗ ବାହାନାରେ ପିତକାରୀ ମାରିଦେଲେ

ଅବିର ବାହାନାରେ ଲଗେଇ ଦେଲେ


ପୂରା ଶରୀରଟା ପାଲଟିଯାଏ

ନାଲି ଟୁକୁ ଟୁକୁ ସାଧବ ବୋହୁ

ଲାଜ ସରମରେ ନାଲି ରଙ୍ଗବତୀ

ଯୌବନ ରଙ୍ଗରେ ରଙ୍ଗୀନ କୁହୁ

ମନ ପବନ ଘୋଡାରେ ବସି ଭଡୁଥାଏ

ହାକୁମ୍ ହୋ ହାକୁମ୍ ହୋ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance