STORYMIRROR

Panchanan Jena

Inspirational

4  

Panchanan Jena

Inspirational

ସୁସ୍ଥ ସଂରଚନା

ସୁସ୍ଥ ସଂରଚନା

1 min
3

କବିତା - ସୁସ୍ଥ ସଂରଚନା
 ରଚନା - ପାଞ୍ଚାନନ ଜେନା
 ତାରିଖ - ୧୮-୯-୨୦୨୬
++++++++++++++++++
 ତୁଣ୍ଡରେ ଆପଣ କେମିତି ଅଛନ୍ତି କହନ୍ତି
ମୁଣ୍ଡରେ ଖରାପ ଅନୁକୁଳ ମନେ ଭାବନ୍ତି

 କଥାରେ ବହୁତ ଭଲ ଲାଗିଲା
ଆପଣଙ୍କ ସହିତ ଦେଖା ସାକ୍ଷାତ ହେଲା
ମନେ ମନେ ଚୁଗୁଲି ଚେତିଲା
କାହା ପାଲରେ ପଡିଲି କେଜାଣି
ଶୁଭ ସମୟଟା ଅଶୁଭ ସାଜିଲା

 କହିବାର ଥିଲା
 ଭିନ୍ନ ଆଚରଣ ଭିନ୍ନ ଉଚ୍ଚାରଣ
ଖୋଲି ଦେବ ଦିନେ ସବୁ ଆବରଣ
କ୍ରୁର ବିକ୍ରୋକ୍ତି ହିଁ ସବୁ ବିଡମ୍ବନାର କାରଣ

 ଗପିବାର ଥିଲା
 ଅନୁଃକରଣରେ ରହୁ ସତ୍ୟର ସମ୍ମାନ
ଅଭିନ୍ନ ହେଉ ଚେତନା ଆଉ ଚିନ୍ତନ
ସଂପର୍କ ବାକ୍ୟରେ ନୁହଁ ବରଂ ଭାବନା ମନ୍ଥନ

 ସୁସଂପର୍କ ଗଜୁରେ
ଯହିଁ ଭାବ ଭାବନାରେ ଗୁନ୍ଥା ଶବ୍ଦ ଅରଣ୍ୟ
 ଚିନ୍ତା ଚୈତନରେ ମନ୍ଥା କଥା ହିରଣ୍ୟ

 କଥାରେ କହନ୍ତି
ଯାହା କହିବାର ନଥିଲା
ତାହା ବି ଭାବିବାର ନଥିଲା

କାରଣ ଭାବନା ହିଁ ଅନ୍ତର୍ନିହିତ ଶବ୍ଦ ସମ୍ଭାବନା
 ମହତ ଚେତନା ହିଁ ବୁଣେ ସୁସ୍ଥ ସଂରଚନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational