STORYMIRROR

PRemZi Bhai

Inspirational

2.5  

PRemZi Bhai

Inspirational

ବାରମାସ

ବାରମାସ

1 min
41.1K


*[[ଏକବର୍ଷ/ବାରମାସ]]*

★★★★★★★★★

ଚଇତି ମାସର ଖରା (୧)

ନିରସ କରଇ ଧରା,

ଶରୀରରୁ ବହେ ଝାଳ 

ଦିବସରେ ଅନର୍ଗଳ,

ବଇଶାଖ ଖରା ଚାହିଁ (୨)

ବାହାରକୁ ନୋହେ ଯାଇ,

ଅତ୍ୟନ୍ତ ଉତ୍ତାପେ ଧରା

ଜଳ ଶୂନ୍ୟ ହେବା ସାରା,

ଜେଷ୍ଠମାସେ ଚଷାଭାଇ(୩)

କ୍ଷେତେ ହଳ ଜୋଚୁଥାଇ,

ମନରେ ରଖି ସନ୍ତାପ

ନମାନି ସୂର୍ଯ୍ୟଙ୍କ କୋପ,

ଆଷାଢ଼ ମାସରେ ମେଘ(୪)

ଗରଜଇ ଯେହ୍ନେ ବାଘ,

ଅମୃତ ବୃଷ୍ଟି କରଇ

ଧରିତ୍ରୀ ଶାନ୍ତ ହୁଅଇ,

ଦେଖ ଧାରା ଶିରାବଣ (୫)

ଜଳ ପଡେ ଅନୁକ୍ଷଣ,

ପୁଷ୍କରିଣୀ ନଦୀ ନାଳ

ଜଳପୂର୍ଣ୍ଣେ ଟଳମଳ,

ଭାଦ୍ରବ ହେଲେ ପ୍ରବେଶ(୬)

ସୁନିର୍ମଳ ଦଶ ଦିଶ ,

ପୁଷ୍ପରାଜ ବିରାଜନ୍ତି

ସୁବାଷେ ମନ ମୋହନ୍ତି,

ଆଶ୍ୱିନେ ଚନ୍ଦ୍ର କିରଣ (୭)

କରଇ ମନ ହରଣ,

ଧରା ପୃଷ୍ଠ ଶସ୍ୟମୟ

ଆନନ୍ଦ କୃଷକ ହୃଦୟ,

କାର୍ତ୍ତିକ ମାସଟି ପୁଣ୍ୟ (୮)

ଜପ ତପ କରି ଧ୍ୟାନ,

ମଠ ଦ୍ୱାରେ ସଂକ୍ରିତ୍ତନ

ସର୍ବେ ହୁଅନ୍ତି ମଗନ,

ମାର୍ଗଶିର ଯେଉଁ ମାସ (୯)

କାକର ପଡେ ବିଶେଷ,

ବହେ ଶୀତଳ ପବନ 

କଁଳେପତ୍ର ଉପବନେ,

ପୁଷମାସେ ବଡ଼ଶୀତ (୧୦)

କଷ୍ଟ ଦିଏ ଅପ୍ରମିତ,

କ୍ଷେତ କୁ କରେ ଅମଳ

କୃଷକ ଭାଇ ବିକଳେ,

ମାଘରେ ତହୁଁ ଅଧିକ (୧୧)

ଗରିବ ଦୁଖଃ ଦାୟକ,

ଶୀତରେ କମ୍ପେ ମେଦିନୀ

ତ୍ୟାଗଇ ପ୍ରାଣ ଦୁଃଖିନୀ,

ଫଗୁଣେ ଫଗୁଖେଳରେ(୧୨)

ମାତିଥାନ୍ତି ଘରେ ଘରେ,

ବିମାନେ ପଞ୍ଚୁଦୋଳରେ

ଭୋଗ ପାଆନ୍ତି ଠାକୁରେ,

ବିତି ଯାଏ ବାର ମାସ (୧୩)

ପୁରା ହୁଏ ଏକ ବର୍ଷ

ବାର ମାସେ ତେର ପର୍ବ

ଉତ୍କଳ"ମା" ସେମୋ ଗର୍ଵ

【ଜୟ ଜଗନ୍ନାଥ ସ୍ୱାମୀ】

କନ୍ୟା ଅମୂଲ୍ୟ ରତ୍ନ ଚାରିଟେବଲ ଟ୍ରଷ୍ଟ

ସମ୍ପାଦକ

PRemZi Bhai

7788040986


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational