STORYMIRROR

PRemZi Bhai

Inspirational

2  

PRemZi Bhai

Inspirational

ରାଜନୀତିରେ ମୁର୍ଖ ବ୍ୟକ୍ତି

ରାଜନୀତିରେ ମୁର୍ଖ ବ୍ୟକ୍ତି

1 min
2.3K


( ରାଜନୀତି / ମୁର୍ଖ ବ୍ୟକ୍ତି )

ଭାଇ ଭଉଣୀ ମାନେ ଦେଖରେ ଦେଖ

ଏଠି ଚାଲିଛି ରାଜନୀତି ଖେଳ ଅନେକ

ନିଜେ ବଂଚିଲେ ବାପାର ନାମ ରଖ

ନିଜ ଦୁର୍ବଳତା କାହୁଁ ଦେଖାଉ ମୁର୍ଖ

ମଣିଷ ପଣିଆ ଛାଡି ଦେଲୁ କି ତୁହି

ଭୁଲି ଗଲୁଣି ଭାଇଚାରା କିମ୍ପାଇ

ରାଜନୀତି କଲୁ ସୋସିଆଲ ମିଡିଆରେ

କୋଉ ଦଳ ନୁହେଁ କାହାର ବୁଝିଯା ଥରେ

ଆଜି ଯିଏ ଗଣ୍ଠିଧନ ବିଶିକେଶନ

କାଲି ଛାଡ଼ିଦେଵ ନଥିବ ଆଉ ସମ୍ମାନ

ହୀନିମାନ ହେବୁ କିଛି ବୁଝି ନ ପାରିବୁ

ଚାହୁଁ ଚାହୁଁ ଜଳକା ପାଲଟି ଅନେଇ ଥିବୁ

ରାଜନୀତି ଛାଡି କର ନିଜର ଧର୍ମ ଓ କଁର୍ମ

ପେଟ ପୋଷ ନାହିଁ ଦୋଷ ଛାଡ଼ରେ କୁକର୍ମ

ରୋଡପତି ହୋଇ ବଞ୍ଚିବା ଶିଖିବୁ ଯେବେ

କରୋଡ଼ପତିର ଆଶା ମନେ ନଥିବ କେବେ

ଧିକ ରାଜନୀତି ଧିକ ତୁମ ବଡ ବଡ଼ିଆ

ଭୋଟ ସମୟେ ସଭିଙ୍କ ଗୋଡ଼ ଧରିଆ

ନିର୍ଲଜ ପଣରେ ଏତେ ଦେଖାଉଛ ବଡାଇ

ଉଚିତ କାମ ସମୟରେ ଦେଖା ନଦେଇ

ବାହାସ୍ପୋଟ ମାରୁଛ କିମ୍ପା ମୋ ଦଳ କହି

କୋଉ ଦଳ ବଳ ନୁହେଁ କାହାର କେହି

ବାଇମାନ ଏ କଥାକୁ ସଦା ମନେ ହେଜୁଥା

ନେତାଙ୍କ ଠାରୁ ୧୦୦ ହାତ ଦୂରେ ରହୁଥା

ରାଜନୀତି କଥା କେବେ ନଧରି ତୁଣ୍ଡେ

ମୁଣ୍ଡ ଟେକି ସିଧା ଚାଲି ପାରିବୁ ଦାଣ୍ଡେ

ଏପରି ଲେଖିଲି ବୋଲି ରାଗିବେ ନେତା

ଅପେକ୍ଷା କର ନେତା ସବୁ ଖାଇବ ଜୋତା

ସରକାରୀ ଓ ବିରୋଧୀ ଖାଲି ମେମେ ତୁ ତୁ

ଜନାହିତ କଥା ଥରେ ଅଧେ ଚିନ୍ତା କରନ୍ତୁ

ନଚେତ ମୂଳରୁ ହେବ ବିନାଶ ଏ ଦେଶ

ଅଳ୍ପ ଦିନରେ ହେବ ସାରା ଜଗତେ ଧ୍ୱଂସ

            କ୍ରମଶଃ...

PRemZi Bhai

କନ୍ୟା ଅମୂଲ୍ୟ ରତ୍ନ ଚାରିଟେବଲ ଟ୍ରଷ୍ଟ

( ସମ୍ପାଦକ )

ପ୍ରେମଜ଼ୀଭାଇ 

7788040986


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational