STORYMIRROR

PRemZi Bhai

Inspirational

4  

PRemZi Bhai

Inspirational

[{【 ଧର୍ମପତ୍ନୀ 】}]

[{【 ଧର୍ମପତ୍ନୀ 】}]

1 min
27.7K


ହାତେ ହାତ ଛନ୍ଦି ବାଟ ଚାଲିବ

ପତ୍ନୀଧର୍ମ ନିଶ୍ଚେ ପାଳୁତ ଥିବ

ଗୃହେ ସଦା ଥିବ ଆନନ୍ଦ ମନ

ଧର୍ମପତ୍ନୀ ସାଥେ ବିଶି କେଶନ ।।

ପତ୍ନୀକୁ କରୁଥା ଘର ଆଇନା

ସଦା ଖୁସି ଦେବୁ ଛାଡ଼ି ବାହାନା

ନହେବୁ କେବେ ବି ସୁଖ ବିହୀନ

ଆନନ୍ଦରେ ଥିବୁ ବିଶିକେଶନ ।।

ଅଗ୍ନି ସାକ୍ଷୀକରି  ହାତ ଧରିଛୁ

ସିନ୍ଦୂର ଟୋପାଟି ସିନ୍ଥେ ଦେଇଛୁ

ଆସୁ ଝଡଝଞ୍ଜା ଅବା କମ୍ପନ

ସାଥି ତୋର ସିଏ ବିଶିକେଶନ ।।

ଜୀବନ ସାଥି ସେ କେଡେ ମହାନ

ଅର୍ଦ୍ଧାଙ୍ଗିନୀ ସାଜି କରେ ସମ୍ପୂର୍ଣ୍ଣ

ଗୃହର ସମସ୍ତ କର୍ତ୍ତବ୍ୟ ମାନ

ଧର୍ମପତ୍ନୀ ତୋର ବିଶି କେଶନ ।।

ଧର୍ମକୁ ସାକ୍ଷୀ ରଖି କଲୁ ପତ୍ନୀ

ଧର୍ମ ପତ୍ନୀ ବୋଲି ସର୍ବେ ଜାଣନ୍ତି

ପତ୍ନୀ ବିହୁନେ ସର୍ବେ ହୀନିମାନ

ତୁଛାଟାରେ ନୁହେଁ ବିଶିକେଶନ ।।

ଅର୍ଦ୍ଧାଙ୍ଗିନୀ ତୋର ଏହି ଜନ୍ମର

ଦୁଃଖରେ ସାହା ପକ୍ଷ ତୋହର

କରିବୁନୁ କେବେ ହୃଦ ଦହନ

ସାତ ଜନ୍ମ ସାଥି ବିଶିକେଶନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational