STORYMIRROR

Gyanendriya Dash

Inspirational

3  

Gyanendriya Dash

Inspirational

ଗାଉଁଲି ଝିଅ

ଗାଉଁଲି ଝିଅ

1 min
219

ଆଣ୍ଠୁତକ ଶାଢ଼ୀ ମଥାରେ ଟିକିଲି

ସରଳିଆ ଠାଣି ତାର,

କାଖେ ଗରା ଧରି ଯାଉଛି ପୋଖରୀ

ଚାଲି ଭାରି ତରବର ।


ନାହିଁ ତାର ଗର୍ବ ନାହିଁ ଅହଙ୍କାର

ଜାଣେ ନାହିଁ କୂଟନୀତି,

ଗାଉଁଲି ଝିଅ ସେ ଲାଜବତୀ କନ୍ୟା

ଚାହାଣୀ ମଉନାବତୀ ।


ଗାଆଁ ବିଦ୍ୟାଳୟେ ପାଠପଢ଼ା ସାରି

ଘର କାମେ ତାର ଲୟ,

ବାପାମାଆଙ୍କର ସାଥେ ଦିନ ବିତେ

ପରିବାରେ ଗେହ୍ଲା ଝିଅ ।


ଗାଉଁଲି ହେଲେ ବି ଭାରି ସ୍ୱାଭିମାନୀ

ସଂସ୍କାରରେ ପରିପୂର୍ଣ୍ଣ,

ଦୁନିଆଁ ଆଗରେ ପରିଚୟ ତାର

ଗାଉଁଲି ଝିଅର ମାନ୍ୟ ।


Rate this content
Log in

Similar oriya poem from Inspirational