STORYMIRROR

PRemZi Bhai

Others

3  

PRemZi Bhai

Others

ଶ୍ରୀସ୍ନାନ

ଶ୍ରୀସ୍ନାନ

1 min
13.6K


ସିନ୍ଦୂର ଥୋପେ ଓଠେ ଧରି.

କଳା ଶ୍ରୀମୁଖ ବଂଶୀଧାରୀ..

ଚାହିଁଛି ସେତ ବାଙ୍କ ଚାହାଣି.

ପ୍ରୀତି ରସେ ଦେବ କି ହାଣି?.


ଚକା ଚକା ଆଖିରେ ତାର.

ନାଇଛି ସେତ କଜଳ ଗାର..

ମଥାରେ ତାର ଅଛି ତିଳକ.

ନୋଥମଣି ତା ମନ ମୋହକ..


ଶୀତଳ ଜଳେ ସ୍ନାନ କରଇ.

ସୁଗନ୍ଧ ଅତର କର୍ପୂର ନାଇ..

ପୁଙ୍ଗୁଳା ଦେହେ ବସିଛି ମଣି.

ଦୁଇ ପଣ୍ଡାଏ ଥକି ଗଲେଣି..


ଗ୍ରୀଷ୍ମ ପ୍ରବାହ ବେଶି ବଢିଛି.

ବଦନରୁ ତା ଝାଳ ବୋହୁଛି..

ଅଳ୍ପ ସ୍ନାନରେ ମନ ବୁଝୁନି.

ତାପ ତା ଦେହୁ ଜମା କମୁନି..


ଜଗାର ଅବସ୍ଥା ବଡ଼ ହୀନସ୍ତା.

କଅଣ କରିବେ ପଡିଛି ଚିନ୍ତା..

ସ୍ନାନ ମଣ୍ଡପରେ କଅଣ ହେବ.

ସୁମଧୁର ଜଳ କମ୍ ପଡିବ..


ଡାକି ଆଣିବା କି ଜୁଆର ଭଟ୍ଟା.

ଦୁହେଁ ହେଲେଣିଟି ହଟହଟା..

ଶାନ୍ତ ହେବେ ଅବା ନୀଳମଣି.

ସାଗରେ ଲହରି ଢେଉକୁ ଜିଣି..!!

PRemZi Bhai 7788040986

GenSecretary

KANYA AMULYA RATNA Charitable Trust


Rate this content
Log in