STORYMIRROR

Jagannath Das

Inspirational

3  

Jagannath Das

Inspirational

ବିସର୍ଜନ

ବିସର୍ଜନ

1 min
173


ଜନନୀ ତୋ 

ମୋର କୋଟି ଜୁହାର ଗୋ

ନେତ୍ର ପଥରୁ

ମୋ ହେବ ଅନ୍ତର ଗୋ ।


ପୂଣ୍ୟ ତୋୟା ଏହି ସରିତ ସଲିଳେ ଗୋ

ଶ୍ରୀ ଅଙ୍ଗ ତୋହର ପଡିବ ଢଳି

ତୋର ପାଦ ତଳେ ପରଶି ମସ୍ତକ

ହେବି ମୁଁ ପବିତ୍ର ଗାତ୍ର ପଖାଳି ଗୋ

ମନ ଅଶାନ୍ତି ଲଭିବ ଶାନ୍ତି

ତୋ ନାମ ମନ୍ତ୍ରିତ ଶାନ୍ତି ଜଳ ର

ସକଳ କଳୁଷ ହୋଇବ ଦୁର ।


ମା କରି ତାଡନା ପୁଣି କରେ ଆଲିଙ୍ଗନ

ସନ୍ତାନ ଦଉଡ଼େ ଲୋଡ଼େ ମାତୃ ରତ୍ନ

ଆତପ୍ତ ଧରଣୀ ଉଷ୍ଣ ତାପ ଘେନ

ବରଷା ଧାରା ରେ କରେ ଶୀତଳ ଗୋ ।


ତୋର ତାଡନା ମୋର ସାନ୍ତ୍ୱନା

ତୋର ଦତ୍ତ ଦୁଃଖ

ମୋ ସୁଖ ସମ୍ଭାର

ହୁଡ଼ାଇ ବୁଡାଇ ପୁଣି

କରୁ ଉଦ୍ଧାର ଗୋ ।


ତୋ ତହୁଁ ଅନାସ୍ଥା ହେତୁ

ଦୁରା ବସ୍ଥା

ଭୋଗୁଛି ଯାହା ମୁଁ ତୋତେ ଗୋଚର

ତାରିଲେ ତାରିବୁ ମାରିଲେ ମାରିବୁ ଗୋ

ତହିଁ କି ଶୋଚନା ନାହିଁ ମୋହର ।


ଶୁଭ ଆଶିଷ, ଦେଇ ବିନାଶ

ବିଷୟ ବାସନା ଜଂଜାଳ ମୋର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational