STORYMIRROR

Salila Sarangi

Inspirational

3  

Salila Sarangi

Inspirational

ଦୁର୍ଗତି ନାଶିନୀ ଦୁଃଖ ଵିନାଶିନୀ

ଦୁର୍ଗତି ନାଶିନୀ ଦୁଃଖ ଵିନାଶିନୀ

1 min
241


ଦୁର୍ଗତି ନାଶିନୀ ଦୁଃଖ ବିନାସିନୀ

 ଅମ୍ବିକା ଭବାନୀ ତୁହି

ଯୁଗେ ଯୁଗେ ମାଆ ଧରା ଅଵତରୁ

  ଧର୍ମ ସଂସ୍ଥାପନା ପାଇଁ।


ବିଭିନ୍ନ ରୂପରେ ଏ ଧରା ଧାମରେ

 ପୂଜା ଅରଚନା ତୋର

ନଵ ଦିନାତ୍ମକ ଶାରଦୀୟ ପୂଜା ‌

  ଯଥା ଵିଧି ଉପଚାର।


ପୈ।ରାଣିକ ମତେ ମହିଷା ପ୍ରକୋପେ

  ଅତିଷ୍ଠ ଧରିତ୍ରୀ ବକ୍ଷ

ସର୍ବ ଦେବଗଣ ତେଜରୁ ମାଆ ଲୋ

  ହେଲା ତୋର ଆବିର୍ଭାବ।


ପାପୀ ଦୁରାଚାରୀ ମହିଷାକୁ ମାରି

  ରଖିଲୁ ଅକ୍ଷୟ କୀର୍ତ୍ତି

ଜୟ ମା ଭବାନୀ ମହିଷାମର୍ଦ୍ଦିନୀ

  ନାମେ ଅରଜିଲୁ ଖ୍ୟାତି।


 କେ କେଉଁ ରୂପରେ ଆରାଧନା କରେ

 ‌ ଭକ୍ତିରେ ତନ୍ମୟ ହୋଇ

ଆଶିଷ ଦାୟିନୀ ଶକ୍ତି ସ୍ବରୂପିଣୀ

 ‌ ‌ତୋର ସ୍ଵରୂପକୁ ଧ୍ୟାୟି।


ଝଲସି ଉଠୁଛି ଚତୁର୍ଦ୍ଦିଗ ଆଜି

  ଆଲୋକ ସାଜସଜ୍ଜାରେ

ଦେଵୀ ଆଗମନେ ପୁଲକିତ ଧରା

  ଉଛୁଳେ ନାନା ଵାଦ୍ୟରେ।


କୁ ବୁଦ୍ଧି ଵିନାଶି ଭରି ଦେବୁ ମାଆ

  ସର୍ବ ହୃଦେ ସଦ୍ ଭାବନା

ଗିରିଜା ନନ୍ଦିନୀ ଭୂଵନ ମୋହିନୀ

  କରେ ତୋ ପାଦେ ବନ୍ଦନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational