ରଥଯାତ୍ରା ସଲୀଳା ଷଡ଼ଙ୍ଗୀ
ରଥଯାତ୍ରା ସଲୀଳା ଷଡ଼ଙ୍ଗୀ
ରଥ ପଥ ଭକ୍ତ ପ୍ରତୀକ୍ଷାରେ ରତ
ଚତୁର୍ଦ୍ଧା ମୂରତିଙ୍କର
ଭକ୍ତ ଭଗବାନ ଅପୂର୍ବ ମିଳନ
ଦେଖିଵ ସାରା ସଂସାର।
ଆଷାଢ ଶୁକଳ ଦ୍ଵିତୀୟା ତିଥିରେ
ଶ୍ରୀ କ୍ଷେତ୍ର୍ରେ ରଥ ଯାତରା
ରତ୍ନ ଵେଦୀ ଛାଡି ଚତୁର୍ଦ୍ଧାମୂରତି
ଜନ୍ମ ବେଦୀ ଯିଵେ ପରା।
ପ୍ରଭୁ ସୁଦର୍ଶନ ସର୍ଵାଗ୍ରେ ଆସୀନ
ହୋଇଵେ ପଦ୍ମ ଧ୍ଵଜରେ
ତାପରେ ଅଗ୍ରଜ ହଳୀ ତାଳଧ୍ବଜେ
ଵିଜେ ହେଵେ ପହଣ୍ଡିରେ।
ଗେହ୍ଲେଇ ଭଉଣୀ କାମ୍ପିଲ୍ୟ ବାସିନୀ
ବିଜେ ଦର୍ପ ଦଳନରେ
ଶେଷରେ କାଳିଆ ଝୁଲି ଝୁଲି ଵିଜେ
କରିଵ ନନ୍ଦିଘୋଷରେ।
ନନ୍ଦିଘୋଷ ରଥେ ବାମନ ରୂପରେ
ଭକ୍ତ ଦରଶନ କରି
ମାନଵ ଜୀବନ ହେଵ ତାର ଧନ୍ୟ
ଭଵ ସିନ୍ଧୁ ଯିଵ ତରି।
ଜନ ସମୁଦ୍ରରେ ସେ ବଡ଼ଦାଣ୍ଡରେ
ଗଡୁଥିଵ ତିନିରଥ
ପତିତ ଜନଙ୍କୁ ଦରଶନ ଦେଇ
ପ୍ରଭୁ କରିବେ କୃତାର୍ଥ।
ନଵଦିନାତ୍ମକ ଯାତ୍ରା ପ୍ରଭୁ ଙ୍କର
ଵରଷକେ ହୁଏ ଥରେ
ଆଡ଼ପ ମଣ୍ଡପେ ଲୀଳା ଖେଳା କରି
ବାହୁଡନ୍ତି ବାହୁଡାରେ।
ଧନ୍ୟ ମହାପ୍ରଭୁ ଲୀଳା ଭିଆଇଛ
ଆଦି ଅନ୍ତ ନାହିଁ ଯାର
ଛାର ନର ହୋଇ କିପରି ଵୁଝିଵି
ଦେବଙ୍କୁ ଯା ଅଗୋଚର।
