STORYMIRROR

Salila Sarangi

Classics

4  

Salila Sarangi

Classics

ଜଗତର ନାଥ ଆହେ ଜଗନ୍ନାଥ ସଲୀଳା ଷଡ଼ଙ୍ଗୀ

ଜଗତର ନାଥ ଆହେ ଜଗନ୍ନାଥ ସଲୀଳା ଷଡ଼ଙ୍ଗୀ

1 min
51

ଜଗତର ନାଥ ଆହେ ଜଗନ୍ନାଥ 

ମହୋଦଧି ତଟ ଵାସୀ 

ଶ୍ରୀ କ୍ଷେତ୍ର ଗଗନେ ଉଇଁଛ ଯେସନେ 

ସ୍ଵଚ୍ଛ ସ୍ନିଗ୍ଧ ପୂର୍ଣ୍ଣଶଶୀ।

ସେ ଵାଙ୍କ ଚାହାଣି ପଲକରେ କିଣି 

ନିଅଇ ଭକତ ମନ 

ଅନୁଭବି ଵିନା କହିବା ବାହୁଲ୍ୟ 

ସେହି ଦିବ୍ୟ ଦରଶନ।

ଗରୁଡ଼ ପଛରେ ଚାହିଁ ଦେଲେ ଥରେ 

ସେହି ଚନ୍ଦ୍ର ଵଦନକୁ 

ଘନଶ୍ୟାମ ରୂପ କେଡେ ଶୋଭାଵନ 

ଦେଖୁଥାଏ ନେତ୍ର ତାକୁ।

ଆପାଦମସ୍ତକ ଲମ୍ବି ରହିଥାଏ 

ତୁଳସୀ ଦୟଣା ହାର 

ତୁଳସୀ ରସିକ ସେ କଳା ମାଣିକ 

ତୁଳସୀ ପ୍ରିୟ ତାହାର।

ଵରଷକ ବାର ମାସ ଭକତଙ୍କ 

ପାଇଁ ଭିନ୍ନ ଭିନ୍ନ ଵେଶ 

ନଟ ଖଟିଆ ସେ ନନ୍ଦର କୁମର

ଭକ୍ତ ବିହୁନେ ଉଦାସ।

ପତିତ ଜନଙ୍କ ଉଦ୍ଧାର ନିମିତ୍ତ 

ନନ୍ଦିଘୋଷେ ବିଜେ ହୋଇ 

ଆଷାଢ ଶୁକଳ ଦ୍ଵିତୀୟା ତିଥିରେ 

ଜନ୍ମ ବେଦୀ ଯାଇ ଥାଇ।

ଧନ୍ୟ ମହାପ୍ରଭୁ ଅପାର କରୁଣା 

ଜଗତେ ଵରଷୁ ଥାଉ 

ଜୟ ଜଗନ୍ନାଥ ନାମ ଅହୋରାତ୍ର 

ଜପାମାଳି ହୋଇ ରହୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics