Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Classics

4  

Pratima Satpathy

Classics

ସୁନା ଭାଇ ହାତେ ସୁନେଲି ରାକ୍ଷୀ

ସୁନା ଭାଇ ହାତେ ସୁନେଲି ରାକ୍ଷୀ

1 min
264



ସ୍ନେହର ରଜ୍ଜୁରେ ଶ୍ରଦ୍ଧା, ମମତାର

      ରାକ୍ଷୀଟି ତିଆରି ହୁଏ

ସୁନା ଭାଇ ହାତେ ସୁନା ଭଉଣୀଟି

    ରାକ୍ଷୀ ବାନ୍ଧି ଦେଇଥାଏ l

ଧୂପ, ଦୀପ, ଦେଇ ଭାଇଙ୍କୁ ବନ୍ଦାଇ

    ମିଠା ଯେ ଖୁଆଇ ଥାଏ 

ଅତ୍ୟନ୍ତ ଖୁସିରେ ଭାଇଟି ତାହାର

    ଉପହାର ଦେଇ ଥାଏ l

ଭାଇ ଭଉଣୀର ସ୍ନେହ, ଆଉ ପ୍ରେମ

   ସବୁଠୁ ଅଟେ ନିଆରା

ରକ୍ଷା ବନ୍ଧନ ଟି ପବିତ୍ର ବନ୍ଧନ

   ସମସ୍ତେ ଜାଣନ୍ତି ପରା l

ପ୍ରଭୁ ଜଗନ୍ନାଥ, ଜଗତ ବାସୀଙ୍କୁ 

    ଏ ବାରତା ଦେଇଛନ୍ତି

ଭଉଣୀଙ୍କୁ ସଙ୍ଗେ ନେଇ ମହାପ୍ରଭୁ

    ଗୁଣ୍ଡିଚା ଯାତ କରନ୍ତି l

ଭାଇର ଦେହରୁ ଝାଳ ବହିଗଲେ

    ଭଉଣୀକୁ ଲାଗେ କଷ୍ଟ

ଭଉଣୀର ଅପମାନ ଦେଖିଦେଲେ

   ଭାଇ ହୁଅଇ ଅତିଷ୍ଠ l

ସ୍ନେହ, ମମତାର ପବିତ୍ର ବନ୍ଧନ

    ଅଟଇ ରାକ୍ଷୀ ପୁନେଇଁ

ପ୍ରଭୁ ବଳରାମ ହୋଇଥିଲେ ଜନ୍ମ

     ପବିତ୍ର ଦିନଟି ଏହି ll


Rate this content
Log in

Similar oriya poem from Classics