STORYMIRROR

Pratima Satpathy

Classics

4  

Pratima Satpathy

Classics

ମାତୃ କୃପା।

ମାତୃ କୃପା।

1 min
221



ଜୟ ମା ବିରଜା ମଙ୍ଗଳମୟୀ ମା 

     ଯାଜପୁର ଅଧିଷ୍ଠାତ୍ରୀ 

ପୁଣ୍ୟ ବୈତରଣୀ କୂଳେ ପୂଜା ପାଅ 

     ପରମ ଯୋଗିନୀ ସତୀ।

ବେଦପତି ବ୍ରହ୍ମାଙ୍କ ଯଜ୍ଞ କୁଣ୍ଡରୁ 

     ତ୍ରିବେଣୀ ଅମାବାସ୍ୟାରେ 

ଜନ୍ମ ନେଇଥିଲ ଆଯୋନିସମ୍ଭୂତା

    ମାତା ବିରଜା ନାମରେ।

ଶୂଳ ଲାଙ୍ଗୁଳ ହସ୍ତା ମା ଯୋଗମାୟା 

    ଶିରେ ଅର୍ଦ୍ଧଚନ୍ଦ୍ର ଶୋଭା 

ଶିବ ଲିଙ୍ଗ, ନାଗ ବଢ଼ାଏ ସୋନ୍ଦର୍ଯ୍ୟ 

     ଦିବ୍ୟ ଜ୍ୟୋତି ମୁଖ ଆଭା।

ଭକ୍ତଙ୍କର ମନୋ ବାଞ୍ଛା ପୂର୍ଣ୍ଣକର 

     ଅପାର ତୁମ ମହିମା 

ତିନି ଭୁବନରେ ବ୍ୟାପୀଅଛି ମାଗୋ 

    ତୁମରି ଯଶଚନ୍ଦ୍ରମା ।

ଅନୁଗ୍ରହ ସୁଧା ଢାଳି ଜନ ମନ 

    ଚକୋର ହରନ୍ତି ତୃଷା 

ବିପଦ ହରଣ ହୁଅଇ ଗୋ ମାତା 

    ତୁମକୁ କଲେ ଭରଷା।   

ମହିଷାମର୍ଦ୍ଦିନୀ ଦୂର୍ଗତୀନାଶିନୀ

   ଭଗବତୀ କାତ୍ୟାୟନୀ 

ବିନ୍ଧ୍ୟଗିରୀ ସୁତା ପାପ ତାପ କ୍ଷୟ 

    କର ଜଗତ ଜନନୀ।

ଦ୍ଵାପର ଯୁଗରେ ଲୋମଶ ମୁନିଙ୍କ 

     ପରାମର୍ଶରେ ପାଣ୍ଡବ 

କରିଥିଲେ ତୁମ ପୂଜା ଅରଚନା

    କ୍ଷୟ ହେଲା ପାପ ସର୍ବ।

ପ୍ରଭୁ ଜଗନ୍ନାଥଙ୍କର ରଥ ଯାତ୍ରା 

     ପରି ତୁମ ରଥ ଯାତ୍ର

ା 

ନବଦିନ ଚାଲିଥାଏ ମହାମାୟୀ 

    ସାରଥି ଥାନ୍ତି ବିଧାତା।

ରଥର ଉପରେ ପରିକ୍ରମା କରି 

    ଥାଅ ମାଆ ଜଗନ୍ମାତ 

ଆନନ୍ଦ ମନରେ ତୁମ ଦିବ୍ୟରୂପ 

    ଦର୍ଶନ କରନ୍ତି ଭକ୍ତ।

ରଥର ଦଉଡ଼ି ଧରି ଟାଣିଥାନ୍ତି 

     ମନରେ ହୋଇ ହରଷ 

ସିଂହ ଧ୍ଵଜ ରଥ ଚଢ଼ି ଲାଖବିନ୍ଧି 

   ଦୁଃଖ ଶୋକ କର ନାଶ।

ସାବିତ୍ରୀ ଅମାବାସ୍ୟାରେ ପୁଜା ପାଅ 

    ମାତା ସାବିତ୍ରୀଙ୍କ ରୂପେ 

କେତେ କେତେ ଭକ୍ତ ଦର୍ଶନ କରିବା 

     ପାଇଁ ଆସନ୍ତି ସମୀପେ।

ଦ୍ୱିଭୁଜା ମାତା ଶାକ୍ତ ପୀଠ ଉପରେ 

     ଆଉ କେଉଁଠି ନାହାଁନ୍ତି 

ସ୍ଵତନ୍ତ୍ର ମନ୍ତ୍ରରେ ପୂଜା ପାଇଥାଅ 

     ସ୍ଵତନ୍ତ୍ର ତୁମର ନୀତି।

ଚାରି ପାଖେ ଶିବ ଲିଙ୍ଗ ରହିଛନ୍ତି 

    ପବିତ୍ର ଗଦାକ୍ଷେତ୍ରରେ 

ନାଭିଗୟା ଠାରେ ପିଣ୍ଡ ଦେଇ ପୁତ୍ର 

     ସପ୍ତ ପୁରୁଷ ଉଦ୍ଧାରେ।

ପଞ୍ଚ ବ କାର ତୁମ କ୍ଷେତ୍ର ମହିମା 

    ତାହାର ଉପମା ନାହିଁ 

ଗୁପ୍ତ ଗଙ୍ଗା ଦେବୀ ,ସର୍ବ ଦେବା ଦେବୀ 

    ଯେଉଁଠାରେ ଛନ୍ତି ରହି।

ସକଳ ଶକ୍ତିର ଶକ୍ତି ମୟୀ ମାଗୋ 

    ଘେନ ମୋର ନିବେଦନ 

ପ୍ରତିମା ର ଜୀବ ଗଲାବେଳେ ମାତ 

    ଦେବ ଟିକେ ଦରଶନ।


Rate this content
Log in

Similar oriya poem from Classics