STORYMIRROR

Pratima Satpathy

Classics

4  

Pratima Satpathy

Classics

ଅଠର ନଳା

ଅଠର ନଳା

1 min
244


ପରମ ପବିତ୍ର ନୀଳାଚଳ ଧାମ 

   ଯିବାର ବାଟରେ ପଡେ 

ସେଠାରୁ ଭକ୍ତ ଦେଖଇ ନୀଳଚକ୍ର  

    ନେତ ଫର ଫର ଉଡେ।

ନରେନ୍ଦ୍ର କେଶରୀ ରାଜାଙ୍କର ଥିଲେ 

    ଅଠର ଗୋଟି ସନ୍ତାନ 

କଳା ପାହାଡ ହସ୍ତରେ ପ୍ରାଣ ଦେଲେ 

    କରି ଘୋର ତର ରଣ।

ଜଗନ୍ନାଥଙ୍କୁ ନେଇ ପାରିଲା ନାହିଁ 

   କଳା ପାହାଡ ଦୁର୍ଦ୍ଦାନ୍ତ 

ଅଠର ପୁତ୍ରର ବଳି ଦାନ ପାଇଁ 

    ହୋଇଗଲା ସ୍ମୃତି ପୀଠ।

ପୁରୀର ଉତ୍ତର ଦିଗରେ ରହିଛି 

    ପବିତ୍ର ଅଠର ନଳା 

ମୂଷା ନଦୀର ଉପରେ ହୋଇଅଛି 

    ଐତିହ୍ୟ ସଂସ୍କୃତି ଭରା।

ଈତିହାସ କହେ ଗଙ୍ଗ ବଂଶ ରାଜା 

    ଅଠର ନଳା ନିର୍ମାଣ 

କରିଥିଲେ ପୁରୀ ଯିବାପାଇଁ ଲୋକେ 

   ହେଉଥିଲେ ହଇରାଣ।

ଅଠର ମହତ୍ତ୍ଵ ବହୁତ ଅଧିକ 

   ବୁଝିଲେ ତୁଟିବ ଭ୍ରାନ୍ତି 

ଅଠର ନଳା ପାଖରେ ଯେ ବୃହତ 

    ଗରୁଡ଼ ରହି ଅଛନ୍ତି।

ଅଠରଅଧ୍ୟାୟ ଭାଗବତ ଗୀତା 

    ଅଷ୍ଟାଦଶ ଯେ ପୁରାଣ 

ପବିତ୍ର ଭାଗବତର ଶ୍ଳୋକ ସଂଖ୍ୟା 

    ଅଠର ହଜାର ଜାଣ।

ଅଷ୍ଟାଦଶ ପୁରାଣକୁ ପାଠ କଲେ 

    ଯେତିକି ପୁଣ୍ୟ ମିଳଇ 

ଅଠର ନଳା ପାର ହୋଇଗଲେ ଯେ 

     ତା ସାଙ୍ଗେ ସମାନ ହୋଇ।


এই বিষয়বস্তু রেট
প্রবেশ করুন

Similar oriya poem from Classics