STORYMIRROR

SUJATA DAS

Classics

3  

SUJATA DAS

Classics

ମାଆ ଶକ୍ତି ସ୍ୱରୂପା

ମାଆ ଶକ୍ତି ସ୍ୱରୂପା

1 min
162


ଜୟ ମା ମାଣିକେଶ୍ବରୀ

   ମଙ୍ଗଳ କାରିଣୀ

କଳାହାଣ୍ଡି ଇଷ୍ଟ ଦେବୀ

   ଦୁଃଖ ନିବାରିଣୀ.

ତୁହି ମା କନକ ଦୁର୍ଗା

   ଚଣ୍ଡୀ କାତ୍ୟାୟିନୀ

ତୁହି କାଳୀ ମହାବଳୀ

   ଶାନ୍ତି ସ୍ୱରୂପିଣୀ.

ଅଶ୍ୱିନେ ମା ଦଶଭୁଜା

   ବସନ୍ତେ ବାସନ୍ତୀ

କି ବର୍ଣ୍ଣିବି ତୋର ଗୁଣ

   ମାଆ ଲୋ ହୈମବନ୍ତି.

ଉତ୍ତର ଦିଗେ ବୈଷ୍ଣବୀ

   ପଶ୍ଚିମେ ନର୍ଶମୀ

ପୂର୍ବରେ ବାରାହୀ ଦେବୀ

   ଛୀର୍ଣ୍ଣମସ୍ତା ନାମ୍ନୀ.

ମହା ନବମୀ ତିଥିରେ

  ହୁଏ ଛତ୍ରଯାତ୍ରା

ଘଣ୍ଟା ଘୁମୁରା ନିଶାନ

   ଦୀପ ଧୂପ ଭରା.

କାହିଁ କେତେ ଦୂରୁ ଭକ୍ତ

   ଆସେ ପାଶେ ଧାଇଁ

ତୋ ଆଶିଷ କରୁଣାରୁ

   କଣିଚାଏ ପାଇଁ.

ଆସ ମାଆ ହୃଦ ମନ୍ଦିରେ

   ଅଭୟ ବରଦା

ଚରଣେ ଶରଣ ଗଲି

  ରଖ ଜଗଦମ୍ବା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics