କିଛି କଥା କିଛି ବ୍ୟଥା
କିଛି କଥା କିଛି ବ୍ୟଥା
କିଛି କଥା କିଛି ବ୍ୟଥା,, 2
🌹🌹🌹🌹🌹🌹🌹
ପଛକୁ ଚାହିଁଲେ
ଫେଟିବାର ବାଟ
ମୋ ପାଇଁ ଅନେକ କଷ୍ଟ
ଦୂର ଦୂର ଖାଲି
ଦିଶେ ମରୁବାଲି
ନାହିଁ ସାହାରାର ହସ୍ତ l
ଆଗକୁ ଚାହିଁଲେ
ଯନ୍ତ୍ରଣାର ଲାର୍ଭl
ଆସେ ଧୀରେ ଧୀରେ ମାଡି
ବିରହର ଝାସ
କୁହୁଡି ପରିକା
ଚତୁର୍ଦିଗେ ଯାଏ ବେଢ଼ି
ତଥାପି ଫେରିବି
ସାହସ ଜୁଟାଇ
ମନକୁ ବୁଝାଇ ଦେଇ
ଥରିଗଲେ ଯାଉ
ଦେହ ମନ ଆତ୍ମା
ବିରହର ଲୁହ ପିଇ l
ଆକାଶରେ ଶଶୀ
ରୁପା ଜୋଛନାରେ
ଅୟୁତ ତାରକା ଭିଜେ
କେମିତି ଭଜିବି
ଜୋଛନାରେ ତାର
ପରିଚୟ ମୋର ହଜେ l
ଜହ୍ନ ସିନା କହେ
ଆପଣାର ବୋଲି
ବିଶ୍ୱାସ ଆଲୋକ ଜାଳି
ବୁଝେନା ହୃଦୟ
ଭାବିଲେ ଏକାନ୍ତେ
ଦେହ ମନ ଯାଏ ଜଳି l
ସ୍ୟାହୀ କହେ ପୁଣି
ଶୁଣ ଲୋ ମିତଣୀ
ସତରେ କି ଯିବୁ ଫେରି
ହୃଦୟ ସ୍ପନ୍ଦନ
ପାରିବକି ସହି
ବିରହରେ ହେବୁ ଝୁରି l
କେମିତି କହିବି
ହୃଦୟର ବ୍ୟଥା
ସ୍ୟାହୀ କି ପାରିବ ସହି
ମୋ ଲୁହରେ ଭିଜି
ଯିବ ସିଏ ହଜି
ପାରିବିନି ତାକୁ କହି l
🌹🌹🌹🌹🌹🌹🌹🌹
ସୁଜାତା ଦାସ
ବାଲେଶ୍ୱର

