STORYMIRROR

SUJATA DAS

Tragedy Classics

4  

SUJATA DAS

Tragedy Classics

କିଛି କଥା କିଛି ବ୍ୟଥା 🌹🌹🌹🌹🌹🌹

କିଛି କଥା କିଛି ବ୍ୟଥା 🌹🌹🌹🌹🌹🌹

1 min
1

କିଛି କଥା କିଛି ବ୍ୟଥା 
***************
ତୁମେ କହୁଥିଲ 
    ଅନିନ୍ଦ୍ୟ ସୁନ୍ଦରୀ 
         ପ୍ରୀତିପଦ୍ମା ଶଶୀକଳା 
କେବେ କହୁଥିଲ 
    ନୀଳ କଇଁ ମୋର 
        କନକ କଟି ମେଖଳା l
ଏତେ ସବୁ ମିଠା 
     ଶବ୍ଦର ଛନ୍ଦକୁ 
          ଭାବିନେଲି ନିଜ ପାଇଁ 
କେମିତି ଜାଣିବି 
     ପ୍ରୀତିର ରାଗିଣୀ 
          ଶୁଣୁଥିଲା ଆଉ କେହି l
ଅଜାଡୁ ଥିଲି ମୁଁ 
     ପ୍ରଣୟର ମଞ୍ଜି 
         ମୋ ଆଞ୍ଜୁଳି ଭରି ଭରି
ଦେଉଥିଲି ବୁଣି 
     ହୃଦୟ କ୍ଷେତରେ 
          ସିଞ୍ଚି ମମତାର ବାରି l
ଭାବୁଥିଲି ପ୍ରେମ 
   ଏକାନ୍ତ ନିଜର
       ନାହିଁ କେହି ଅଧିକାରୀ 
ରାତି ନିଦ ସ୍ବପ୍ନ 
    ପ୍ରଶ୍ୱାସ ସ୍ପନ୍ଦନ 
        ମୋ ପାଇଁ ହୁଅନ୍ତି ଝୁରି l
ସ୍ବପ୍ନ ଭଲ ଲାଗେ 
    ଆଖିର ପଲକେ 
        ରାତିର ପଣତ ତଳେ 
ରାତି ସରିଗଲେ 
    ସ୍ବପ୍ନ ଭାଜିଗଲେ 
          ହୃଦୟ ଏକାନ୍ତେ ଜଳେ l
ବିଞ୍ଚି ଦେଉଥିଲି 
     ଶବ୍ଦର ପରାଗ 
         ଛୁଇଁବି ବୋଲି ହୃଦୟ
ପ୍ରୀତିର ଛନ୍ଦରେ 
    ଭାବ ସୁଗନ୍ଧରେ 
        ଲାଗୁଥିଲା ମଧୁମୟ l
ଆଞ୍ଜୁଳିରେ ମୋର 
    ଥିଲା ଭରପୁର 
         ଖୁସି ଫୁଲ ପାଖୁଡ଼ାରେ 
ଆଜି ଶିରୀହୀନ 
     ମନ କୁଞ୍ଜବନ 
          ଶୁଷ୍କ ସବୁ ଛଳନାରେ l
****************

ସୁଜାତା ଦାସ 
ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy