କିଛି କଥା କିଛି ବ୍ୟଥା
କିଛି କଥା କିଛି ବ୍ୟଥା
କିଛି କଥା କିଛି ବ୍ୟଥା
*******&********
ତୁମେ ଆଙ୍କୁଥିଲ
ଗୋପନେ ଛବିଟେ
ପ୍ରଣୟର ତୁଳୀ ଧରି
ପ୍ରୀତିର ରଙ୍ଗରେ
ମଧୁର ପଣରେ
ଦେଉଥିଲ ନିତି ଭରି l
ମୁଁ ଜାଳୁଥିଲି
ପ୍ରୀତିର ଦୀପାଳି
ତୁମକୁ ପ୍ରତିଷ୍ଠା କରି
କେମିତି ଜାଣିବି
ହୃଦୟରେ ତୁମ
ଆନ ପ୍ରୀତି ଅଛି ଭରି l
ଅବୁଝା ଏ ମନ
ହୃଦୟ ସ୍ପନ୍ଦନ
ପାରେନାହିଁ କିଛି ବୁଝି
ଛଳନାର ଛନ୍ଦ
ପ୍ରତାରଣା ଗନ୍ଧ
ବ୍ୟଥା ଝାସେ ଯାଏ ସିଝି l
ଶୂନ୍ୟତାର ସାଥେ
ଏକାନ୍ତରେ ହସେ
ଭାବି ହୃଦୟର କଥା
ପୂର୍ଣ୍ଣାହୁତି ପରେ
ପ୍ରଣୟ ବେଦିରେ
ବାକି ଅସୁମାରୀ ବ୍ୟଥା l
ସ୍ୟାହୀ ପଚାରଇ
କହ ପ୍ରାଣ ସହୀ
ଖୋଲିକି ଯନ୍ତ୍ରଣା ଯେତେ
ପ୍ରିୟଜନ ପାଶେ
କହିଦେଲେ ଦୁଃଖ
ଲାଘବ ମିଳିବ ସେତେ l
ସ୍ୟାହୀ କି ବୁଝିବ
ହୃଦୟର ଦୁଃଖ
ସାକ୍ଷୀ ଏକା ଦୀର୍ଘାଶ୍ୱାସ
ଜୁଇରେ ଚଢିଲେ
ସରିଯିବ ସବୁ
ଯନ୍ତ୍ରଣାର ଅବଶୋଷ l
ଆଖି ତ ଅବୁଝା
ଲୁହ ବି ଅବୁଝା
ଅବୁଝା ହୃଦୟମଣି
ବାରଣ ନ ମାନି
ଗଲା ଅତିକ୍ରମୀ
ଶୁଣି ପ୍ରୀତିର ରାଗିଣୀ l
ଅମଡ଼ା ବାଟ ସେ
କଣ୍ଟକିତ ପଥ
ଅସୁମାରୀ କ୍ଳେଶ ଭରା
ପାରିବନି ସହି
କଣ୍ଟାର ଆଘାତ
ତୋର ହୃଦ ବସନ୍ତରା
ଲୁହକୁ କରିଛି
ଆଖିର ଗହଣା
ଦୀର୍ଘଶ୍ୱାସ ହୃଦୟର
ସ୍ୟାହୀ ଏକା ସାଥୀ
ଶବ୍ଦର କାନନେ
ଲେଖନୀ ମୋ ଆପଣାର l
*******&*********
ସୁଜାତା ଦାସ
ବାଲେଶ୍ୱରକିଛି କଥା କିଛି ବ୍ୟଥା
*******&********
ତୁମେ ଆଙ୍କୁଥିଲ
ଗୋପନେ ଛବିଟେ
ପ୍ରଣୟର ତୁଳୀ ଧରି
ପ୍ରୀତିର ରଙ୍ଗରେ
ମଧୁର ପଣରେ
ଦେଉଥିଲ ନିତି ଭରି l
ମୁଁ ଜାଳୁଥିଲି
ପ୍ରୀତିର ଦୀପାଳି
ତୁମକୁ ପ୍ରତିଷ୍ଠା କରି
କେମିତି ଜାଣିବି
ହୃଦୟରେ ତୁମ
ଆନ ପ୍ରୀତି ଅଛି ଭରି l
ଅବୁଝା ଏ ମନ
ହୃଦୟ ସ୍ପନ୍ଦନ
ପାରେନାହିଁ କିଛି ବୁଝି
ଛଳନାର ଛନ୍ଦ
ପ୍ରତାରଣା ଗନ୍ଧ
ବ୍ୟଥା ଝାସେ ଯାଏ ସିଝି l
ଶୂନ୍ୟତାର ସାଥେ
ଏକାନ୍ତରେ ହସେ
ଭାବି ହୃଦୟର କଥା
ପୂର୍ଣ୍ଣାହୁତି ପରେ
ପ୍ରଣୟ ବେଦିରେ
ବାକି ଅସୁମାରୀ ବ୍ୟଥା l
ସ୍ୟାହୀ ପଚାରଇ
କହ ପ୍ରାଣ ସହୀ
ଖୋଲିକି ଯନ୍ତ୍ରଣା ଯେତେ
ପ୍ରିୟଜନ ପାଶେ
କହିଦେଲେ ଦୁଃଖ
ଲାଘବ ମିଳିବ ସେତେ l
ସ୍ୟାହୀ କି ବୁଝିବ
ହୃଦୟର ଦୁଃଖ
ସାକ୍ଷୀ ଏକା ଦୀର୍ଘାଶ୍ୱାସ
ଜୁଇରେ ଚଢିଲେ
ସରିଯିବ ସବୁ
ଯନ୍ତ୍ରଣାର ଅବଶୋଷ l
ଆଖି ତ ଅବୁଝା
ଲୁହ ବି ଅବୁଝା
ଅବୁଝା ହୃଦୟମଣି
ବାରଣ ନ ମାନି
ଗଲା ଅତିକ୍ରମୀ
ଶୁଣି ପ୍ରୀତିର ରାଗିଣୀ l
ଅମଡ଼ା ବାଟ ସେ
କଣ୍ଟକିତ ପଥ
ଅସୁମାରୀ କ୍ଳେଶ ଭରା
ପାରିବନି ସହି
କଣ୍ଟାର ଆଘାତ
ତୋର ହୃଦ ବସନ୍ତରା
ଲୁହକୁ କରିଛି
ଆଖିର ଗହଣା
ଦୀର୍ଘଶ୍ୱାସ ହୃଦୟର
ସ୍ୟାହୀ ଏକା ସାଥୀ
ଶବ୍ଦର କାନନେ
ଲେଖନୀ ମୋ ଆପଣାର l
*******&*********
ସୁଜାତା ଦାସ
ବାଲେଶ୍ୱର

