କିଛି କଥା କିଛି ବ୍ୟଥା 🌹🌹🌹🌹🌹🌹🌹
କିଛି କଥା କିଛି ବ୍ୟଥା 🌹🌹🌹🌹🌹🌹🌹
କିଛି ଶବ୍ଦ ଥିଲା
ଖୁବ ଛଳନାର
ମଧୁର ଅମୃତ ସମ
ହୃଦୟର ସବୁ
ତନ୍ତ୍ରୀ ଭିଜୁଥିଲା
ଜହରରେ ହୋଇ ଲୀନ l
ଝାଉଁଳି ତରଳି
ଝରୁଥିଲା ଲହୁ
ରଙ୍ଗ ତା ବଦଳୁଥିଲା
ଲାଳିମା ବଦଳେ
ଶୁଭ୍ର ସ୍ୱଚ୍ଛ ଧାରେ
ହସି ହସି ଝରୁଥିଲା l
କିଛି ତ ନ ଥିଲା
ଶବ୍ଦ କି ନିଶବ୍ଦ
ବର୍ଣ୍ଣିବାଟା ଭାରି କଷ୍ଟ
ତଥାପି ହୃଦୟ
ପ୍ରୀତିର ପୁଲକେ
ପୂର୍ଣ୍ଣତାରେ ପରିପୃଷ୍ଟ l
ଅନୁଭବୁ ଥିଲା
ଅତୀତର ସ୍ମୃତି
ଅଜଣା ହେଲେବି କିଛି
ଶବ୍ଦ ଗାଉଥିଲେ
ବିରହ ରାଗିଣୀ
ଗୋପନରେ ଲୁହ ପୋଛି l
କହୁଥିଲା ସ୍ୟାହୀ
ଶୁଣ ପ୍ରାଣସହୀ
କେମିତି ଜାଣିଲୁ କହ
ଅଜଣା କାହାଣୀ
କେମିତି ପଢ଼ିଲୁ
ହସିଲା ଆଖିର ଲୁହ l
ଆପଣା ହୃଦୟ
କୁହୁଳି ଯାଉଛି
ନୀରବରେ ଯାଉ ସହି
ଯନ୍ତ୍ରଣାର ଚିହ୍ନ
କେମିତି ପୋଛିଲୁ
କାହିଁକି ଦେଲୁନି କହି l
କହିବା କି ଲୋଡ଼ା
ବୁଝିବାର ଯଦି
ହୃଦୟ ତ ଯିବ ବୁଝି
ଯନ୍ତ୍ରଣା ଯୁଇରେ
ଗୋପନରେ ଯିଏ
ଯାଏ ପ୍ରତିକ୍ଷଣେ ସିଝି l
ସୁଜାତା ଦାସ
ବାଲେଶ୍ୱର
ଇଣ୍ଡିଆକିଛି ଶବ୍ଦ ଥିଲା
ଖୁବ ଛଳନାର
ମଧୁର ଅମୃତ ସମ
ହୃଦୟର ସବୁ
ତନ୍ତ୍ରୀ ଭିଜୁଥିଲା
ଜହରରେ ହୋଇ ଲୀନ l
ଝାଉଁଳି ତରଳି
ଝରୁଥିଲା ଲହୁ
ରଙ୍ଗ ତା ବଦଳୁଥିଲା
ଲାଳିମା ବଦଳେ
ଶୁଭ୍ର ସ୍ୱଚ୍ଛ ଧାରେ
ହସି ହସି ଝରୁଥିଲା l
କିଛି ତ ନ ଥିଲା
ଶବ୍ଦ କି ନିଶବ୍ଦ
ବର୍ଣ୍ଣିବାଟା ଭାରି କଷ୍ଟ
ତଥାପି ହୃଦୟ
ପ୍ରୀତିର ପୁଲକେ
ପୂର୍ଣ୍ଣତାରେ ପରିପୃଷ୍ଟ l
ଅନୁଭବୁ ଥିଲା
ଅତୀତର ସ୍ମୃତି
ଅଜଣା ହେଲେବି କିଛି
ଶବ୍ଦ ଗାଉଥିଲେ
ବିରହ ରାଗିଣୀ
ଗୋପନରେ ଲୁହ ପୋଛି l
କହୁଥିଲା ସ୍ୟାହୀ
ଶୁଣ ପ୍ରାଣସହୀ
କେମିତି ଜାଣିଲୁ କହ
ଅଜଣା କାହାଣୀ
କେମିତି ପଢ଼ିଲୁ
ହସିଲା ଆଖିର ଲୁହ l
ଆପଣା ହୃଦୟ
କୁହୁଳି ଯାଉଛି
ନୀରବରେ ଯାଉ ସହି
ଯନ୍ତ୍ରଣାର ଚିହ୍ନ
କେମିତି ପୋଛିଲୁ
କାହିଁକି ଦେଲୁନି କହି l
କହିବା କି ଲୋଡ଼ା
ବୁଝିବାର ଯଦି
ହୃଦୟ ତ ଯିବ ବୁଝି
ଯନ୍ତ୍ରଣା ଯୁଇରେ
ଗୋପନରେ ଯିଏ
ଯାଏ ପ୍ରତିକ୍ଷଣେ ସିଝି l
ସୁଜାତା ଦାସ
ବାଲେଶ୍ୱର
ଇଣ୍ଡିଆ

