Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

ଅନିଲ କୁମାର ଲେଙ୍କା

Romance

4.5  

ଅନିଲ କୁମାର ଲେଙ୍କା

Romance

ମୁଁ

ମୁଁ

1 min
403


ମୁଁ ଶୂନ୍ୟତାର ପୂର୍ଣ୍ଣତାରେ

ସବୁ ଜରା ବ୍ୟାଧି ପୁଣି ଅମରତ୍ୱରେ

ଉଦ୍ଭାସିତ ତାର ପ୍ରତିଟି ସ୍ମୃତିର ଉପବନରେ ।।


ମୁଁ ନିମିଷେ ଆଶ୍ୱାସନାରେ

କୃତ୍ୟ ଆଉ ଅକୃତ୍ୟର ମଧୁଶାଳାରେ

ଜୀବିତ ତାର ପ୍ରତିଟି ପ୍ରଣୟର ଅନୁଭବରେ ।।


ମୁଁ ଆଜିରେ ଆଉ କାଲିରେ

ଅନ୍ତିମ ଯାତ୍ରା ହେଉ ଅବା ଆରମ୍ଭରେ

ନିନାଦିତ ତାର ପ୍ରତିଟି ହୃଦୟର ସ୍ପନ୍ଦନରେ ।।


ମୁଁ ଆହତ ଅନାହତରେ

ଆବଦ୍ଧ ଭାବନାରୁ ଉନ୍ମୁକ୍ତ ପଥରେ

ଅନୁଭୂତ ତାର ପ୍ରତିଟି ତପ୍ତ କାମନା ପଥରେ ।।


ମୁଁ ଅଭିନୟ ଦକ୍ଷତାରେ

ଛଳନା ଛାଡି ବାସ୍ତବତାର ମାର୍ଗରେ

ନାୟକ ତା ରଙ୍ଗମଞ୍ଚର ସର୍ବାଦୃତ ଚରିତ୍ରରେ ।।


ମୁଁ ନିବେଦ୍ୟ ନିବେଦନରେ

ସମୁଦ୍ରର ବିଶାଳତା, ଶିଶିରର କ୍ଷୁଦ୍ରତାରେ

ସଦା ଉଜ୍ଜୀବିତ ତା ସ୍ବପ୍ନର ଅନ୍ଧାରି ଇଲାକାରେ ।।


Rate this content
Log in

More oriya poem from ଅନିଲ କୁମାର ଲେଙ୍କା

Similar oriya poem from Romance