STORYMIRROR

Satyanarayan Sahoo

Romance

3  

Satyanarayan Sahoo

Romance

ସାଥୀ ମେଳରେ ଖୁସି

ସାଥୀ ମେଳରେ ଖୁସି

1 min
154

ସାଥୀ ସମାବେଶେ ଲାଗେ କେତେ ଖୁସି

 ମଉଜ ଭିତରେ ବୁଡି

 ଯାଇଥିବା ବେଳେ ଅଜାଣତରେ 

ମୋ ମନ ଭାବନା ଶିହରୀ ।


 ଉଠଇ ଚଞ୍ଚଳ ଜୀବନ ଜଞ୍ଜ।ଳ

ଜଣା ଯାଏ ନାହିଁ ତିଳେ

ଆହା କି ଆନନ୍ଦ ତୃପିର ଅନନ୍ୟ

ରୋମାଞ୍ଚ ସଞ୍ଚାର କରେ ।


ହସ ହସ ମୁଖ ଚାହିଁ କଉତୁକ

 ବିସ୍ମୟ ସୁଚକ କଥା

 କହି ଗୀତ ଗାଇ ମଉଜ ଭିତରେ

ପରସ୍ପର ସ୍ନେହ ମଖା ।


ଆଦର ଆଦର୍ଶ ଆଧାରିତ ଭାଷ

ମୋ ସାଥୀ ବୈଠକେ ବସି

କଥା ହେଉଥିବା ବେଳେ ଲାଗେ ମୋତେ

ମନେ ନବ ଭାବ ତୃପ୍ତି ।



Rate this content
Log in

Similar oriya poem from Romance