ଅଂଶୁଘାତ
ଅଂଶୁଘାତ
ବୈଶାଖ ଓ ଜୈଷ୍ଠ ମାସରେ ଅଧିକ
ହୋଇ ଥାଏ ଅଂଶୁଘାତ
ଅତ୍ୟଧିକ ତାପେ ସିଝି ଦେହ କମ୍ପେ
ଶରୀର ହୁଏ ଅସୁସ୍ଥ ।
ବଢ଼ି ବଢ଼ି ଚାଲେ ବରଷ କୁ ବର୍ଷ
ଏହି ଅଂଶୁଘାତ ବ୍ୟାଧି
ଖରା ବେଳେ ଯିଏ ବାହାରେ ରହଇ
କଷ୍ଟ ସହେ ଭାଗ୍ୟ ନିନ୍ଦି ।
ଜଙ୍ଗଲ ଓ ବୃକ୍ଷ ଲୋପ ପାଇ ଵlରୁ
ବଢ଼ି ଚାଲିଛି ଉତ୍ତାପ
ଏଥି ସହ ଏବେ ଦିନୁଦିନ ବଢେ
ପ୍ରକୃତି ର ତୀବ୍ର କୋପ ।
ତିରିଶ ଡ଼ିଗ୍ରୀ ରୁ ଅଧିକ ଉତ୍ତାପ
ଦେହ କୁ ଅହିତ କର
ବାହାର କୁ ଗଲେ ଦେହ କୁ ଘୋଡାଇ
ରଖିବା ଉଚିତ ଚିର ।
ଖାଲି ଶରୀର ରେ କି ଅବା ମୁଣ୍ଡ ରେ
କ୍ଷତି କାରକ କିରଣ
ପଡ଼ିଲେ ହୁଅଇ ଏଇ ଅଂଶୁଘାତ
ରୋଗ ର ଜାଣ କାରଣ ।
ପଣା ଘୋଳ ଦହି ଶୀତଳ ପାନୀୟ
ଗ୍ରୀଷ୍ମ କାଳେ ପ୍ରୟୋଜନ
ତରଭୁଜ ଫଳ ଭୋଜନ ଚନ୍ଦନ
ଘୋଳ ଦେହ ରେ ଲେପନ ।
କଲେ ଅଂଶୁଘାତ ପାଇ ଥାଏ ହ୍ରାସ
ଖରା ରେ ନ କର କାମ
ଖରା ରେ ବାହାରେ ରହନ୍ତି ଯେମାନେ
ତେଜି ଥାନ୍ତି ନିଜ ପ୍ରାଣ ।
ଅଂଶୁଘାତ ରୋଗ ଶିକାର ହୋଇଣ
ପ୍ରତି ବର୍ଷ ବହୁ ଲୋକ
ବହୁ କଷ୍ଟ ସହି ମୃତ ଥାନ୍ତି ହୋଇ
ପୀଡା ଦିଏ ସୂର୍ଯ୍ୟାଲୋକ ।
ଜଙ୍ଗଲ ପୋଡ଼ି ରେ ପ୍ରତି ବର୍ଷ ଦୃତ
ହାସ ପାଉଛି ଅରଣ୍ୟ
ବିଳମ୍ବିତ ହୋଇ ଚାଲି ଅଛି ପୁଣି
ମୌସୁମୀ ର ଆଗମନ ।
ଜଙ୍ଗଲ କ୍ଷୟ ରୁ କମି ଯାଉ ଅଛି
ବର୍ଷା ହେବା ପରିମାଣ
ଜଙ୍ଗଲ ଓ ବୃକ୍ଷ ସଂରକ୍ଷଣ କଲେ
କମିବ ଏ ସଂକ୍ରମଣ ।
ଆଗରୁ ନ ଥିଲା ବିଶ୍ଵ ତାପମାନ
ବୃଦ୍ଧି ପାଇଁ ଅଂଶୁଘାତ
ରୋଗ ଯାତ ହୋଇ ପ୍ରତି ବର୍ଷ ଦୃତ
ବଢ଼ି ଚାଲିଛି ଏବେ ତ ।
