STORYMIRROR

Anjana Naik,Anju..Deogarh

Tragedy

3  

Anjana Naik,Anju..Deogarh

Tragedy

ସନ୍ଧି

ସନ୍ଧି

1 min
272


ଆଜି ମୁଁ ଖୁସିରେ ଅଛି

କାହିଁକି ନା ମୋ ହାତରେ ଅର୍ଥ କିଛିହିଁ ନାହିଁ 

ସ୍ବପ୍ନ କିଣିବାର ଫରିୟାଦ କଣ

ବେସ -ପୋଷାକ ପରିପାଟିର ଅଭିଯୋଗ ନାହିଁ 

ସକାଳେ ଇଟଲି-ପୁରୀ ଖାଇ, 

ବେଳାରେ ବିରିୟାନୀ ସହିତ

ରାତିରେ ମେଗି-ଚ଼ାଉମିନର ଭୋକ ନାହିଁ  

କେବଳ ବାସି ପଖାଳ ସାଙ୍ଗରେ 

ଲୁଣ ସହିତ ଆମ୍ବୁଲ ଖଣ୍ଡେରେ ପେଟ ପୁରେ 

ତାହାହିଁ ଦେହସୁହା ହୋଇ ଗଲାଣି ।


ଆଜି ମୁଁ ବିନ୍ଦାସ୍ ହସୁଛି

ମନେ ପଡ଼େ ମନ କଥା 

ପ୍ରକୃତିର ପରିବେଶରେ ଦଦରା ଚ଼ାଳ ଘରେ 

ଦିହକ ଯାକର ସପନ ବିଞ୍ଚିଦେଇ

ଲଣ୍ଠନ ବତୀର ମିଞ୍ଜି ମିଞ୍ଜି ଆଲୁଅରେ 

ନିଘୋଡ଼ ନିଦ ଟିକେ ପାଇଛି

ଘର ଜଗୁଆଳିର ଆବଶ୍ୟକତା ନାହିଁ 

କଣ ଅଛି ରୋଷେଇ ସରଞ୍ଜାମ ସହିତ 

ଚିରା ଫଟା କନ୍ଥା ବେଡ଼ସିଟ କେତେଟା 

ଯୋତା ଚପଲ ତ କଣା ଦିସିଲେଣି ।


ବେଳ ଅବେଳରେ ଓପାସ ରହିବା

ମୋର ସଉକି ନୁହେଁ

ମୁଁ ତ ସପ୍ତାହରେ ଦୁଇ ତିନିଦିନ 

ଖାଦ୍ୟର ଅଭାବରେ 

ଓପାସରେ ଶୋଇପଡ଼େ ବାଧ୍ୟତାବଶତଃ 

ଏହାହିଁ ମୋ ପାଇଁ ଶ୍ରେୟସ୍କର ଭାବି

ଗରିବି ସହିତ ସନ୍ଧି କରି ନେଲିଣି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy