STORYMIRROR

Anjana Naik,Anju..Deogarh

Abstract Classics Inspirational

4  

Anjana Naik,Anju..Deogarh

Abstract Classics Inspirational

ଶୀତ ଆସିଲାଣି......

ଶୀତ ଆସିଲାଣି......

1 min
344

ଧାନ କିଆରୀରେ 

ପାଚିଲା ଧାନ କେଣ୍ଡାରେ ଶୀତ 

ଦୋହଲି ଦୋହଲି 

ଅମଳର ଗୀତ ଗାଇଲାଣି 

ଦେଖ.... ଶୀତ ଆସିଲାଣି ।।


ବିଲରେ ଷୋରିଷ ବାରିରେ ପରିବା 

 ଦାଣ୍ଡ ଦୁଆରରେ ଗେଣ୍ଡୁଫୁଲ ଫୁଟି 

ମୋ ଘର ଅଗଣାଟା ହସିଲାଣି

ଦେଖ...ଶୀତ ଆସିଲାଣି ।।


ଖରାକୁ ପିଠେଇ

ଖଇ ମୁଢ଼ି ସଙ୍ଗେ ନାଲି ଚାହା ଗିନେ

ଶୀତ ଛଡେଇବା ପାଇଁ 

ସକାଳରୁ ପିଆ ହେଲାଣି 

ଦେଖ.... ଶୀତ ଆସିଲାଣି ।।


ସକାଳ ସନ୍ଧ୍ୟା କୁହୁଡ଼ି ଢାଙ୍କି

ଦେହରେ କାକର ଭରି ମାଆର ପରସ 

ଥିରି ଥିରି କମ୍ପ କରିଲାଣି

ଦେଖ.... ଶୀତ ଆସିଲାଣି ।।


ନିଆଁ ଅନ୍ତୁଡାର ବାହାନା କରି 

ପଖାଳ କଂସାକୁ କରଡ଼ି ହେଣ୍ଡୁଆ 

ଆଳୁ ବାଇଗଣ ଶାରୁ ଟମାଟୋ ପୁଣି 

ଟିକେ ଶୁଖୁଆ ମଧ୍ୟ ପୋଡ଼ା ହେଲାଣି 

ଦେଖ.... ଶୀତ ଆସିଲାଣି ।।


ଶିଶିର ଫେଣରେ 

ରାଶି ଫୁଲରେ ରଙ୍ଗିନ ପ୍ରଜାପତି

ମେଞ୍ଚା ମେଞ୍ଚା ଉଡ଼ି ବୁଲିଲେଣି

ଦେଖ.... ଶୀତ ଆସିଲାଣି ।।


ବଗିଚା ବାଡର ବଡ଼ ବଡ଼ ରାଞ୍ଜରେ 

ଗହଳିଆ ଲତା ଗୁଡ଼େଇ ହୋଇ 

ଶିମ୍ବ ଥୁଳା ଥୁଳା ଫଳିଲାଣି 

ଦେଖ...ଶୀତ ଆସିଲାଣି ।।


ସଞ୍ଜ ନଇଁଗଲେ ଵିଲୁଆଙ୍କ ରଡ଼ି

ଜମିହିଡ ର ସୁଡ଼ଙ୍ଗ ଭିତରୁ 

ହୁକେ ହୁ ହୁକେ ହୁ ଶୁଭିଲାଣି

ଦେଖ...ଶୀତ ଆସିଲାଣି ।।


ଧାନ ଅମଳର ପର୍ବ ମକର ଆସୁଛି 

ଚକୁଳି ସହିତ ଗୁଡ଼ ରାଶି ଲଡୁ

ଖାଇବାକୁ ମନ ହେଲାଣି 

ଦେଖ...ଶୀତ ଆସିଲାଣି ।।

ଶୀତ ଆସିଲାଣି ।।...ଶୀତ ଆସିଲାଣି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract