STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ସ୍ୱାଗତ କବିତା

ସ୍ୱାଗତ କବିତା

1 min
256


ଜୀବନଟେ ଆଜି ପ୍ରାଣରେ ସଞ୍ଚରି ଯାଉଛି

ଭିତରେ ଭିତରେ ଦେହକୁ କେ ଛୁଇଁ ଯାଉଛି

ନୂଆ ହୃଦୟଟେ କିଛି କହିବ କହିବ ହେଉଛି

କିଛି ଶୁଣିବ ବୋଲି କେ କାନ ଡେରି ବୋଧେ ବସିଛି।। 


ତା ଆସିବା ଖବର ଆସିବା ଦିନଠୁ ଉଲ୍ଲାସେ

ଘର ଓ ବାହାର ପୁରିଯାଏ ନବ ଉଛ୍ୱାସେ

କେତେ ଆଶା ଅଭିଳାଷ ଉର୍ମିମାଳା ନାଚେ ହରଷେ

କଳ୍ପନା ବିଭୋର ହୃଦୟେ ତା ଛବି ଝଲସେ।। 


ସର୍ଜନାର ଏକ ଚିରନ୍ତନ ସ୍ରୋତ ପରାୟେ

ସୃଷ୍ଟି ହୁଏ ଏକ ନବ ଜୀବନର ଅଧ୍ୟାୟେ

ଦୁଃଖ ଯନ୍ତ୍ରଣା ବି ହସି ହସି ଦେଇ ବିଦାୟେ

ନିବିଷ୍ଟ ଚିତ୍ତରେ ଲୟ ହୁଏ ଚିତ୍ତ ସ୍ୱାଧ୍ୟାୟେ।। 


ନବ ମାସର ଏ ତପସ୍ୟା ନୁହେଁ ତ ଆଉ କଣ

ଜୀବନଟିଏର ଗୁରୁ ଦାୟିତ୍ୱର ସ୍ୱୟଂ ବରଣ

ଦେହରୁ ପୃଥକ ହେବାର ପାଖେଇ ଆସେ ଦିନ

ଆତ୍ମା ଦୁଇ କିନ୍ତୁ ସୁଦୃଢ଼ ବନ୍ଧନେ ତେଜିୟାନ।। 


ମନ ପ୍ରାଣ ଆତ୍ମା ଶରୀର କେନ୍ଦ୍ରିତ ଏକ ବିନ୍ଦୁ

ଜୀବନ ସତେ କି ପାଲଟି ଯାଇଛି ମହାସିନ୍ଧୁ

ପ୍ରତୀକ୍ଷା ନିରତ କେବେ ଆସିବ ସେ ପୁର୍ଣ ଇନ୍ଦୁ

ଝରିଆସେ ଏକ ନିବୃତ୍ତ କନ୍ଦରୁ ପ୍ରେମବିନ୍ଦୁ।। 


ତା ପାଇଁ ଅଗଣା ସଜେଇ ହେଲାଣି ଏବେଠାରୁ

ବହି ଆସେ ଶୁଦ୍ଧ ମମତାର ବାସ ଭୁରୁ ଭୁରୁ

କଳ୍ପନା ନେତ୍ରରେ ଦିଶିଲାଣି ତାର ମୁଖ ଚାରୁ

ସେ ମୁଖ ଦର୍ଶନେ ମଧୁ ଝରିଆସୁ ହୃଦୟରୁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract