Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract Inspirational Others

4.3  

Anita Dash

Abstract Inspirational Others

ଜୀବନର ଖରା ଛାଇ ଖେଳ

ଜୀବନର ଖରା ଛାଇ ଖେଳ

1 min
381



ଅନ୍ଧକାର ସ୍ଥିତି ପାଇଁ ପରା, ସ୍ଥିତି

ଆଲୋକର ବାରି ହୁଏ,

ସୁଖ ଖରା ପଛେ, ଛାଇ ପରି ଦୁଃଖ,

ଛାଇ ହୋଇ ରହିଥାଏ। [୧]

ସବୁ ସପନଟି ସତ ହୋଇଗଲେ

ସପନ ମୂଲକି ରହେ,

କିଛି ସତ କିଛି ମିଛ ଥିଲେ ସିନା

ସତ ମିଛ ବାରିହୁଏ ? [୨]

ନୀତି-ଅନୀତି, ସାଧୁ-ଅସାଧୁ, ଦିନ-

ରାତି, ଭଲ-ମନ୍ଦ ମିଶି,

ଷଡ-ରସ, ଷଡ-ରିପୁ ସହ ଯୁଦ୍ଧ

ଜୀବନର ଦିବାନିଶି । [୩]

ତେବେ କାହିଁପାଇଁ ମଉଳା ମନରେ

ହତାଶେ ଜୀବନ କାଟ,

କିଏ ବା କହିବା କେଉଁ କ୍ଷଣେ ହେବ

ଯମର ସହିତେ ଭେଟ ? [୪]

ସବୁ ଦୋଷ ତ୍ରୁଟି, ଅନୁଭୂତି ନେଇ

ମନୋବଳ ବଢାଇବା,

ଦୁର୍ବଳତା, ଭୟ , ମନରୁ ଦୂରେଇ

ଜୀବନଟି ଜୀଇଁ ଯିବା । [୫]

ଭଲ ଭାବନାରେ ଖୁସି ମନ ଯୋଡି

ବିଷାଦ ଦୂରେଇ ଦେବା,

ଅନ୍ତରର ବୋଲ ମାନି ଚାଲ ଟିକେ

ନିଜକୁ ଭଲ ପାଇବା । [୬]

ଚିନ୍ତା, ପ୍ରକାଶ ଓ କରମ ତିନିହେଁ

ଯେବେ ସନ୍ତୁଳିତ ରହେ,

ଜୀବନରେ ସୁଖ- ଶାନ୍ତିର ନିର୍ଝର

ଝର ଝର ଝରି ଯାଏ । [୭]

ଆତ୍ମ ସନ୍ତୋଷର ହୃଦୟଟି ନେଇ

ସମୟ ପଥେ ଚାଲିବା,

ଜୀବନ-ସୂରୁଯ, ଖରା-ଛାଇ ଖେଳ,

ସାଥେ ସାଥି ହୋଇ ଯିବା । [୮]



Rate this content
Log in

Similar oriya poem from Abstract