STORYMIRROR

Anita Dash

Romance Inspirational

4  

Anita Dash

Romance Inspirational

ଅନୁଗାମିନୀ

ଅନୁଗାମିନୀ

1 min
427


ସହଧର୍ମିଣୀ ମୁଁ, ଇଷ୍ଟ ଧରମକୁ

ଧରି ରଖିବା ମୋ ଧର୍ମ

ଗ୍ରାହସ୍ଥ୍ୟ, ସନ୍ୟାସ, ବାନପ୍ରସ୍ଥ ଆଦି

ଯାହା ତବ ମନସ୍କାମ।


ପରିଣୟ ଡୋରେ ବାନ୍ଧି ହୋଇଥିଲି

ସାଜିବାକୁ ପ୍ରଣୟିନୀ

ପ୍ରଣୟ ମନ୍ଦିରେ ଦେବତା ତୁମେ ଗୋ

ମୁଁ ତ ଛାର ପୂଜାରିଣୀ।


ବଇରାଗୀ ହୋଇ ଜନ ସମାଜକୁ

ଦେଖାଇଲେ ସତ ପଥ

କାମନା ବାସନା ଜଳାଞ୍ଜଳି ଦେଇ

ହେବି ଶ୍ରେଷ୍ଠ ଅନୁଗତ।


ତୁମ ଅଵୟବେ ଛାଇଟିଏ ପରି

ରହିଥିବି ଆଜୀବନ

ହରଷ-ବିଷାଦ, ଭେଦ-ବିଭେଦର

ସାଥୀ ହୋଇ ରାତି ଦିନ।


ପାରଦ ପରି ମୁଁ ସମ୍ବେଦନଶୀଳା  

ତୁମେ ମୋ ଜୀବନେ ତାତି

ତୁମ ତୀବ୍ରତାରେ ଅନୁପ୍ରେରିତ ମୋ

ଜୀବନର ଅବଗତି।


ଅନୁଗ୍ରହେ ତବ, 'ମନର ମାନବୀ'

ମନ କଥା ପାରୁ ଜାଣି

ପ୍ରଭୁ ରାମକୃଷ୍ଣ ତୁମେ ମୋ ସର୍ବସ୍ବ

ମୁଁ ତୁମ ଶାରଦା ରାଣୀ।


କରୁଛି ଶପଥ ଚାଲିବି ନିରତ

ତୁମ ନୀତି, ଆଦରଶେ

ଆହେ ମହାଈଶ; ଦିଅ ହେ ଆଶୀଷ

ଲୟ ରହୁ ତବ ପାଶେ।


ନାରୀ ପରା ଦେବୀ ଅଂଶର ସ୍ୱରୂପ

ମୁଇଁକି ସେଥିରୁ ଭିନ୍ନା

ଦୃଢେ ଧରି ରଖି ଉଚ୍ଚ ଆଦରଶ

ହୋଇଯିବି ଶତ ଧନ୍ୟା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance