STORYMIRROR

Anita Dash

Romance Tragedy

4  

Anita Dash

Romance Tragedy

ମୋ ପ୍ରେମର ପରିସୀମା

ମୋ ପ୍ରେମର ପରିସୀମା

1 min
441


ମନନେ ଚିନ୍ତନେ ଚୈତନ୍ୟେ ଶୟନେ ସପନେ ଯା ଉପସ୍ଥିତି

କେମିତି କହ ସ୍ଵୀକାର କରିବି ମୁଁ ତାହାରି ଅନୁପସ୍ଥିତି!

ଯା ସ୍ନେହ ସୁରଭି ସମୀରରେ ଆସି ପ୍ରାଣର ସ୍ପନ୍ଦନେ ମିଶେ

ଧମନୀ ରୁଧିରେ କୋଷରେ କୋଷରେ ତଲ୍ଲୀନତାରେ ବିକଚେ।


ଜଳେ ସ୍ଥଳେ ବନେ ଗଗନେ ଅଥବା ବିଜନେକି ଲୋକାରଣ୍ୟେ

ଅନୁରାଗ ଭରା ଚାହାଁଣୀର ଛିଟା ବିଲୋଳିତ ପ୍ରତି କ୍ଷଣେ।

ଯା ମୁଖ ମାଧୁରୀ ଅଧରର ହସ ଜୀବନକୁ ମହକାଏ

ବହୁ ଦୂରେ ରହି ବହୁ ପାଶେ ମୋର ମରମକୁ ଛୁଇଁ ଯାଏ।


ଖୁସିରେ ଖୁସିରେ ଆତ୍ମହରା କେବେ ଲୋତକ ଧାରାରେ ଭିଜେ

ତା ମଧୁର ଆନ୍ତରିକତାର ଜଳ ତୃଷାର୍ତ୍ତ ପ୍ରାଣ ମୋ ଖୋଜେ।

ଯୁଗ ବିତିଯାଏ ଦିନ ପରି କେବେ ଦିନ ବିତେ ଯୁଗ ପରି

କିଏ ଜାଣେ କେବେ ପ୍ରାଣ ପକ୍ଷୀ ମୋର ଘଟ ଛାଡି ଯିବ ଉଡ଼ି।


ନିରୀହ ମନଟି ଲଂଘି ପାରିନାହିଁ କେବେ ଯାର ସ୍ମୃତି ସୀମା

ତାଠରୁ ଅରମ୍ଭ ତାହାଠାରେ ଇତି ମୋ ପ୍ରେମର ପରିସୀମା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance