STORYMIRROR

Satyanarayan Sahoo

Abstract Romance Classics

3  

Satyanarayan Sahoo

Abstract Romance Classics

ବସନ୍ତ ର ପରବ ପର୍ବାଣୀ

ବସନ୍ତ ର ପରବ ପର୍ବାଣୀ

1 min
174



ବସନ୍ତେ ପଡଇ କେତେ ପରବ ପର୍ବାଣୀ

ପାଳନ୍ତି ଆନନ୍ଦ ମନେ ଜନେ ସର୍ବେ ଜାଣି ॥

ବସନ୍ତ ପଞ୍ଚମୀ , ହୋଲି , ଜାଗର ଉଆଁଶ

ଅଗିରା ପୁନେଇଁ ସାଥେ ଫଗୁ‐ଦୋଳ ଯାତ ॥

ଶିବରାତ୍ରୀ , ବାସନ୍ତିକ ଦଶହରା ପର୍ବ

ବାସନ୍ତୀ ଦେବୀଙ୍କ ପୂଜା ଲାଗି ଏ ଉତ୍ସବ ॥

ହୋଲି ରେ ହୋଲିକା ଦହନ ହୁଅଇ ଜାଣ

ଅସତ୍ଯ ଉପରେ ସତ୍ଯର ବିଜୟ ମାନ ॥

ଦୋଳ ଯାତରାରେ ରାଧା କୃଷ୍ଣ ରାସ ଲୀଳା

ମହୋତ୍ସବମୟ ହୁଏ ପୁରପଲ୍ଲୀ ମେଳା ॥

ବସଇ ସବୁଠି ମନ୍ଦିରେ ଠାକୁର ଲୀଳା

ବିମାନେ ବିଜୟ କରାଇ ଠାକୁର ଖେଳା ॥

ଭକତେ କରାନ୍ତି ଆହା , କି ଆମୋଦ ଭରେ

ଅଗିରା

ପୁନେଇଁ ଦିନ ଯେ ସବୁଠି ଜଳେ  ॥

ଧୂଉ ଧୂଉ ରବେ ଧୂଆଁ ନିକିଳିକି ଧୂନି

ଚୁମୁଟା ଧରିକି ବାବା ଚେଲା ମାନେ ପୁଣି ॥

ଅଗି ନିଆଁ ପାଖେ ଜଗି ବସି ରହି ନିତି

ଭକତ ଜନ ଙ୍କୁ ବର ଦ୍ଯନ୍ତି ଯାଚି ଯାଚି ॥

ନିଆଁ ନିକଟରେ ପାଗଲ ମାତାଲ ଗଣ

ନାଚି ନାଚି ଗାଇ ଯାଉଥାନ୍ତି ଯେ ଗଡିଣ ॥

ତାଙ୍କ ସଙ୍ଗେ ସବୁ ଜନ ସାଧାରଣ ମେଳ

ହୋଇ ଉଚ୍ଚ ସ୍ବରେ କୁହାଟି କୁହାଟି ରୋଳ ॥

ନିଆଁରେ ଆହୁତି ଦେଉ ଥାନ୍ତି ହବି ରାଶି

ଧୂମେ ଆଚ୍ଛାଦିତ ପୁନେଇଁ ଅନ୍ଧାର ରାତି ॥

ସ୍ବଦେହରେ ସ୍ବର୍ଗ ବାବା କରନ୍ତି ଗମନ  

ଏଇ ଯେ ଅଗିରା ରାତିରେ ପୁନେଇଁ ଦିନ ॥


Rate this content
Log in

Similar oriya poem from Abstract