ପାଣି ତୋରାଣି ପଣା ଗ୍ରୀଷମ ପଡେନି ଜଣା
ପାଣି ତୋରାଣି ପଣା ଗ୍ରୀଷମ ପଡେନି ଜଣା
ପାଣି ତୋରାଣି ପଣା
ଗ୍ରୀଷମ ପଡେ ନି ଜଣା
ପାଣି ତୋରାଣି ପଣା
ଗ୍ରୀଷମ ପଡେ ନି ଜଣା
ମୁଣ୍ଡେ ଦେବା ଓଦା କନା ପ୍ରଚୁର ପାଣି
ପିଉ ଥିବ ବେଳ ଜାଣି
ଲୁଣ ସରବତ ତୋରାଣି
ଘୋଳ ଦହି ସହିତ ପୁଣି ଯେ ଲେମ୍ବୁପାଣି
ପିଉ ଥିଲେ ଖରା ଦିନ ରେ
ଖରା ତାପ ଦାହ ଗ୍ରୀଷ୍ମ ର ପ୍ରବାହ ରେ ।
ଜଣା ପଡ଼େ ନାହିଁ ତାତି
ଲାଗି ଥାଏ କେତେ ଶାନ୍ତି
ପଣା ପାଣି ପାଇ ଥାନ୍ତି ଜନେ ଆରାମ
ଖରା ବେଳେ ଥଣ୍ଡା ପାଣି
ମାଟି ହାଣ୍ଡି ରେ ହିଁ ଜାଣି
ଥାଏ ଶୀତଳତା ଆଣି ଅଳପ କାମ
କରିବା ହିଁ ଅତି ଉତ୍ତମ
ଖରା ବେଳେ ଥଣ୍ଡା ଥାନେ ଲାଗେ ଆରାମ ।
ଦୂର ହେବ ଅଂଶୁଘାତ
ସ୍ୱାସ୍ଥ୍ୟ ପାଇଁ ଯାହା ହିତ
ପାଳିବା ତାହା ବିହିତ ବିଧାନ ଗଢି
ପିଇବା ଅଧିକ ପାଣି
ସହିତ ଦହି ତୋରାଣି
ପଖାଳ ବାସି ତୋରାଣି ଖଟା ଚଟଣି
ଶୀତଳତା ଦିଏ ସେ ବୁଣି
ତରଭୁଜ ତାଳ ସଜ ଆଦି ଯେ ପୁଣି ।
