STORYMIRROR

Satyanarayan Sahoo

Action Classics Inspirational

4  

Satyanarayan Sahoo

Action Classics Inspirational

ପାଣି ତୋରାଣି ପଣା ଗ୍ରୀଷମ ପଡେନି ଜଣା

ପାଣି ତୋରାଣି ପଣା ଗ୍ରୀଷମ ପଡେନି ଜଣା

1 min
16

ପାଣି ତୋରାଣି ପଣା

 ଗ୍ରୀଷମ ପଡେ ନି ଜଣା

ପାଣି ତୋରାଣି ପଣା

 ଗ୍ରୀଷମ ପଡେ ନି ଜଣା

ମୁଣ୍ଡେ ଦେବା ଓଦା କନା ପ୍ରଚୁର ପାଣି

ପିଉ ଥିବ ବେଳ ଜାଣି

ଲୁଣ ସରବତ ତୋରାଣି

ଘୋଳ ଦହି ସହିତ ପୁଣି ଯେ ଲେମ୍ବୁପାଣି

ପିଉ ଥିଲେ ଖରା ଦିନ ରେ

ଖରା ତାପ ଦାହ ଗ୍ରୀଷ୍ମ ର ପ୍ରବାହ ରେ ।


ଜଣା ପଡ଼େ ନାହିଁ ତାତି

ଲାଗି ଥାଏ କେତେ ଶାନ୍ତି

ପଣା ପାଣି ପାଇ ଥାନ୍ତି ଜନେ ଆରାମ

ଖରା ବେଳେ ଥଣ୍ଡା ପାଣି

ମାଟି ହାଣ୍ଡି ରେ ହିଁ ଜାଣି

ଥାଏ ଶୀତଳତା ଆଣି ଅଳପ କାମ

କରିବା ହିଁ ଅତି ଉତ୍ତମ

ଖରା ବେଳେ ଥଣ୍ଡା ଥାନେ ଲାଗେ ଆରାମ ।


ଦୂର ହେବ ଅଂଶୁଘାତ

ସ୍ୱାସ୍ଥ୍ୟ ପାଇଁ ଯାହା ହିତ

ପାଳିବା ତାହା ବିହିତ ବିଧାନ ଗଢି

ପିଇବା ଅଧିକ ପାଣି

ସହିତ ଦହି ତୋରାଣି

ପଖାଳ ବାସି ତୋରାଣି ଖଟା ଚଟଣି

ଶୀତଳତା ଦିଏ ସେ ବୁଣି

ତରଭୁଜ ତାଳ ସଜ ଆଦି ଯେ ପୁଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action