STORYMIRROR

Sonali Swain

Abstract Action Classics

4  

Sonali Swain

Abstract Action Classics

ଈଶ୍ୱର

ଈଶ୍ୱର

1 min
440


ରାତିର ନିର୍ଜନ ପ୍ରହର

ଘଣ୍ଟାରେ ଠିକ ସାଢେ ଦୁଇଟା 

ଚାରିଆଡେ କେବଳ ଆଉ କେବଳ ଅନ୍ଧକାର 

ଅସ୍ପଷ୍ଟ ମୁହଁକୁ ଚିହ୍ନିବା, ନିଶ୍ଚେ ଏକ କଷ୍ଟ ବ୍ୟାପାର..।


ସାମ୍ନାରେ କାହାର ଉପସ୍ଥିତି ଜାଣି 

ଯେବେ ମୁଁ କଡ ଲେଉଟାଇବା ପାଇଁ ଉଦ୍ୟମ କଲି 

ସେ ସାମ୍ନାରୁ କହିବାର ଶୁଣିଲି 

ଆରେ, ମୋତେ ଚିନ୍ହି ପାରୁନ?

ମୁଁ ପରା ଈଶ୍ୱର...।


ଆମ ଗାଁ ରାଧୁ ବାରିକ ପୁଅ ନା ଈଶ୍ୱର ବାରିକ 

ବୋଉ କହୁଥିଲା ସେ କ'ଣ ଝିଅଟିକୁ ନେଇ ଫେରାର 

କିନ୍ତୁ ଏ ମୁହଁ ତ କାଇଁ ତା ମୁହଁ ଭଳି ଦିଶୁନଥିଲା 

ଚିନ୍ହିବା ଭାରି ମୁସ୍କିଲ ଥିଲା ମୋର ।


ପୁଣି ଭାବିଲି ଏ ଆଉ ସେ ଈଶ୍ୱର ନୁହନ୍ତି 

ଯେ ସ୍ୱର୍ଗ ର ରୁହନ୍ତି 

ମୋ ଭାବନା ସତ ଥିଲା,

ସେ ଥିଲେ ହିଁ ସେଇ ସ୍ୱର୍ଗର ଈଶ୍ୱର ।


କାଇଁ ମୋର ତ ମନେ ପଡୁନି 

ମୁଁ କେବେ କହିଥିଲି ଈଶ୍ୱରଙ୍କୁ ଆମ ଘରକୁ ଆସିବାକୁ,

ଆଉ ମୋ ସହ କଥା ହେବାକୁ 

ହେଲେ ଆଜି ଈଶ୍ୱର ମୋ ସାମ୍ନାରେ କ'ଣ ପାଇଁ?? 


କହିଲେ ମାଗି ପାର ବର 

ଯାହା ଇଚ୍ଛା ତୁମର 

ଭାବୁଥିଲି କ'ଣ ବା ଦରକାର ମୋର !


ମାଗିବି କି ସମୟକୁ ରୋକି ପାରୁଥିବା

ଏକ ଅଦ୍ଭୁତ ଘଣ୍ଟା କି 

ଯିଏ ମୋ ଯୌବନରେ 

ବାର୍ଦ୍ଧକ୍ୟ ର ଛୁଆଁ ଦେବନି ।


ମାଗି ଦେବି କି 

ଦୁଃଖକୁ କରେଣ୍ଟ ଦେବାକୁ ଏକ ଯନ୍ତ୍ର 

ଯିଏ ମୋ ଖୁସିର ସୁପରିବାହି ହେଇ 

ଦୁଃଖ କୁ ଛିଟକାଇ ଫୋପାଡୁଥିବ ।


ଭାବୁଥିଲି ମାଗି ଦେଇଥାନ୍ତି 

ମୋ ପ୍ରେମିକ ପାଇଁ ଗୋଟେ ଦ୍ୱିତୀୟ ମୁଣ୍ଡ

ଯେବେ ସେ ରାଗିଥାନ୍ତା 

ମୁଁ ଏ ନୂଆ ମୁଣ୍ଡ ସହ ଏକ୍ସଚେଞ୍ଜ କରିପାରିଥାନ୍ତି..।


କାନ ଡେରି ଶୁଣିଲି 

ଅନ୍ତର ରୁ "ମୁଁ" ର ଆତ୍ମା ଚୁପିଚୁପି କହୁଥିଲା 

ମାଗି ଦେ ସାରା ଜୀବନ ପାଇଁ ବାପା ମା ଙ୍କ ଖୁସି ତୋର 

ପ୍ରତିଦିନ ଚାଖୁଥିବୁ ତୁ ସ୍ୱାଦ ଖୁସିର...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract