STORYMIRROR

Sonali Swain

Abstract Romance Action

3  

Sonali Swain

Abstract Romance Action

ଅହଙ୍କାର

ଅହଙ୍କାର

1 min
192


ସେ ମୋତେ କହୁଥିଲା... 

ତା ସ୍ବପ୍ନର ଚଟାଣ ରେ ଆଙ୍କିବାକୁ 

ପ୍ରେମର ମୁରୁଜ କିଛି... 

ଧେତ, ସେ ନିହାତି ଗୋଟେ ବୋକା ଟା ନା 

ସ୍ବପ୍ନର ରାଇଜ କଥା କହୁଥିଲା.... 

ଆରେ ମୁଁ ତ ପ୍ରସ୍ତୁତ ଥିଲି, 

ବାସ୍ତବତା ର କାନଭାସ ରେ ଆଙ୍କିବାକୁ 

ଖୁସି ଆଉ ପ୍ରେମର ସ୍ପଷ୍ଟ ଛବି ମାନ.... 


ହଁ ମଁ ସେ ଅଧିକ ଫୁଲିଆ ଟା..

ଦିନେ ତାକୁ ପଚାରିଲି.. 

କିହୋ ବାବୁ,  

ଇଣ୍ଡିଆ ପାକିସ୍ତାନ ଫାଇନାଲ ମ୍ୟାଚ ସମୟରେ... 

ମୋ ପ୍ରିୟ ସିରିୟଲ ନାଗୀନ ଦେଖିବାକୁ... 

ଦେଇ ପାରିବକି ଟିକେ ରିମୋଟ ତୁମର.... 

କଣେଇ ଚାହିଁ ଅତି ଚାଲାଖି ର ସହ ଉତ୍ତର ଦେଲା ମୋତେ 

କାହିଁକି ନୁହେଁ 

ବ୍ରେକ ସମୟରେ

ରିମୋଟ ଉପରେ.. 

କେବଳ ଆଉ କେବଳ ତୁମର ଗୋଟେ ପଣ ଅଧିକାର...


ସେ କେବେ କାଂଦିନୀ.. 

କେବେ ଦୁଃଖ ରେ ଭାଙ୍ଗିନି.. 

ମୁହଁ ରେ କେବେ ତାର କଷ୍ଟ ର ଚି଼ହ୍ନ ମୁଁ ଦେଖିନି.. 

ଦିନେ ପଚାରିଲି, ଏତେ ସାହସ ଆଉ ଶକ୍ତର କାରଣଟା କଣ? 

ସେ ଉତ୍ତର ଦେଲା... 

ଜାଣିନ ହୋ.. 

ମୁଁ ପୁରୁଷ.... 

ଏଇ ଅଟେ ପରା ମୋ ଅହଙ୍କାର..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract