STORYMIRROR

PUSPALATA SAHOO

Abstract Others

3  

PUSPALATA SAHOO

Abstract Others

ବିରହୀ ରାଧା

ବିରହୀ ରାଧା

1 min
260

କୁଞ୍ଜବନେ ଦେଖ  ନନ୍ଦର ବଳା 

ଗୋପୀଙ୍କର ସାଥେ କରୁଛି ଖେଳା 

ମଥାରେ ବାନ୍ଧିଛି   ମୟୂର ଚୁଳ 

ଗଳାରେ ଝୁଲିଛି  ଦୟଣା ମାଳ ସେ 

   ରାଧା ସାଥେ ରଚି ରାସ ଯେ 

ପ୍ରୀତି ପରଶରେ  ମନକୁ ବାନ୍ଧିଛି 

  ଦେଖିଣ ମନ ଉଲ୍ଲାସ ଯେ  ।


କଳା କଳେବର   ନନ୍ଦର ସୁତ 

ଯଶୋଦା ନନ୍ଦନ ଦେବକୀ ପୁତ୍ର 

ଗୋପୀ ଧନ ମଣି  ଗଳାମାଳିଆ 

ନୀଳାଚଳ ବାସୀ  ନୀଳାଚଳିଆ ସେ 

   ବସନ୍ତ ରାସକୁ ଭୁଲି ଯେ 

 ଗୋପ ପୁର ଛାଡି ମଥୁରା ଗମିଲ 

   ଆଉ ନ ଆସିଲ ଚାଲି ଯେ ।


ବିରହୀଣି ରାଧା  ମଉନେ ବସି 

କହ୍ନେଇ ବାଟକୁ ଚାହିଁଛି ବସି 

ବୁଝୁନି ଯମୁନା   କଦମ୍ବ ମୂଳ 

କୁଞ୍ଜବନ ଆଉ  ରାଧା ତମାଳ ସେ 

   ଆସିଲେ ଋତୁ ଫଗୁଣ ଯେ 

ପ୍ରାଣ ପ୍ରିୟା ମନ  ଅଧୀର ପରାଣ 

   ବସନ୍ତ ରାସକୁ ଝୁରିଣ ଯେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract