ବିରହୀ ରାଧା
ବିରହୀ ରାଧା
କୁଞ୍ଜବନେ ଦେଖ ନନ୍ଦର ବଳା
ଗୋପୀଙ୍କର ସାଥେ କରୁଛି ଖେଳା
ମଥାରେ ବାନ୍ଧିଛି ମୟୂର ଚୁଳ
ଗଳାରେ ଝୁଲିଛି ଦୟଣା ମାଳ ସେ
ରାଧା ସାଥେ ରଚି ରାସ ଯେ
ପ୍ରୀତି ପରଶରେ ମନକୁ ବାନ୍ଧିଛି
ଦେଖିଣ ମନ ଉଲ୍ଲାସ ଯେ ।
କଳା କଳେବର ନନ୍ଦର ସୁତ
ଯଶୋଦା ନନ୍ଦନ ଦେବକୀ ପୁତ୍ର
ଗୋପୀ ଧନ ମଣି ଗଳାମାଳିଆ
ନୀଳାଚଳ ବାସୀ ନୀଳାଚଳିଆ
ସେ
ବସନ୍ତ ରାସକୁ ଭୁଲି ଯେ
ଗୋପ ପୁର ଛାଡି ମଥୁରା ଗମିଲ
ଆଉ ନ ଆସିଲ ଚାଲି ଯେ ।
ବିରହୀଣି ରାଧା ମଉନେ ବସି
କହ୍ନେଇ ବାଟକୁ ଚାହିଁଛି ବସି
ବୁଝୁନି ଯମୁନା କଦମ୍ବ ମୂଳ
କୁଞ୍ଜବନ ଆଉ ରାଧା ତମାଳ ସେ
ଆସିଲେ ଋତୁ ଫଗୁଣ ଯେ
ପ୍ରାଣ ପ୍ରିୟା ମନ ଅଧୀର ପରାଣ
ବସନ୍ତ ରାସକୁ ଝୁରିଣ ଯେ ।