ଶ୍ରାବଣ ଆସିଲା
ଶ୍ରାବଣ ଆସିଲା


ଧାରା ଶିରାବଣ ଧରାକୁ ଆସିଲା
ବରଷାକୁ ସାଥେ ଧରି
ଟୁପୁରୁ ଟୁପୁରୁ ବରଷାର ଧାରା
ଧରଣୀରେ ପଡ଼େ ଝରି ।
ବିଲ ବାଡ଼ି ସବୁ ପାଣିରେ ବୁଡ଼ିଲା
ଚାଷୀ ମନ ଛନଛନ
ଚାଷ କାମ ପାଇଁ ବାହାରେ ସଅଳ
ହାତେ ଧରି ତଳି ଧାନ ।
ବେଙ୍ଗୁଲୀ ରାଣୀଟା ବୋବାଏ ସକାଳୁ
ମେଘୁଆ ପାଗକୁ ଦେଖି
କୁନା କୁନି ଦୁହେଁ ଖୁସିରେ ନାଚନ୍ତି
ଆକାଶେ ତରାଟି ଆଖି ।
ଗଛଲତା ସବୁ ହସେ ଖିଲିଖିଲି
ବରଷାର ପାଣି ପାଇ
ସାଧବ ବୋହୂଟି ଚାଲେ ଥିରିଥିରି
ଘାସ ପତରେରେ ଯାଇ।
କାଉଡ଼ିଆ ଭାଇ ପାଣି ଭାର ନେଇ
ଯାଉଛି ଶିବ ମନ୍ଦିର
ମାନସିକ ତା'ର ପୂରଣ ହୋଇବ
ଶିବଙ୍କୁ ମାଗୁଛି ବର ।